ଝିଅର ମାନହାନି ହୋଇଛି ବୋଲି ଥାନାରେ ଏତଲା ଦେଲେ ପ୍ରକୃତି ଙ୍କ ବାପା : ବାବୁସାନଙ୍କ ପତ୍ନୀ ମାନସିକ ରୋଗରେ ପୀଡିତ

ଥାନାର ଦ୍ବାରସ୍ଥ ହେଲେ ପ୍ରକୃତିଙ୍କ ପରିବାର । ଝିଅର ମାନହାନି ହୋଇଥିବା ନେଇ ଥାନାରେ ଏତଲା ଦେଲେ ମନ୍ମଥ ମିଶ୍ର । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରଙ୍କ ସହ କଥା ହୋଇଛନ୍ତି ପ୍ରକୃତି ।

ସେପଟେ ବାବୁସାନଙ୍କ ପତ୍ନୀ ମାନସିକ ରୋଗରେ ପୀଡିତ ଥିବା କହିଛନ୍ତି ପ୍ରକୃତିଙ୍କ ବାପା ତଥା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର । ଆଜି ସକାଳୁ ଖୁଲମଖୁଲା ବିଚ୍‌ ରାସ୍ତାରେ ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିଥିଲେ ତୃପ୍ତି ।

ସର୍ବସମ୍ମୁଖରେ ତାଙ୍କ ଚୁଟି ଟାଣି ଗାଡିରୁ ଘୋଷାଡି ଆଣିବା ସହ ଠେଲାପେଲା କରିଥିଲେ ତୃପ୍ତି । ଯାହା ବିରୋଧରେ ଅଭିଯୋଗ କରିଛନ୍ତି ପ୍ରକୃତି । ଜାଣିଶୁଣି ତୃପ୍ତି ଓ ତାଙ୍କ ବାପା ଶାରିରୀକ ଓ ମାନସିକ ନିର୍ଯାତନା ଦେଇଛନ୍ତି । ଲୋକ ଲଗାଇ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମୁହଁ ଖୋଲିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସାଜିଥିବା ଖୋଦ୍‌ ବାବୁସାନ୍‌ ।

ଆଗାମୀ ଫିଲ୍ମ ପ୍ରେମମ୍‌ର ପ୍ରମୋସନ ପାଇଁ ଆଜି ସକାଳୁ ସେ ପ୍ରକୃତିଙ୍କ ସହ ଚେନ୍ନାଇ ଯିବାର ଥିଲା । ସେଥିପାଇଁ ପ୍ରକୃତିଙ୍କୁ ନେଇ ବିମାନ ବନ୍ଦର ଅଭିମୁଖେ ଯାଉଥିଲେ ବାବୁସାନ୍‌ । ହେଲେ ହଠାତ୍ ସ୍ତ୍ରୀ ସେଠାରେ ପହଞ୍ଚି ଅଚାନକ ହାଇଡ୍ରାମା କରିଥିବା କହିଛନ୍ତି ବାବୁସାନ୍‌ ।

Leave a Reply

Your email address will not be published. Required fields are marked *