ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଗୋଟିଏ ପୋଷ୍ଟରୁ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି ବିରାଟ କୋହଲି ; ହେଲେ ଏସିଆର ନଂ ୱାନ୍‌ ସ୍ପୋର୍ଟ୍ସ ସେଲିବ୍ରିଟି

ପୁଣି ଚର୍ଚ୍ଚାରେ ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି। କିଛିଦିନ ହେବ କୋହଲିଙ୍କ ବ୍ୟାଟ୍‌ରୁ ରନ୍‌ ବର୍ଷା ହେଉନଥିଲେ ମଧ୍ୟ ସେସିଆଲ ମିଡିଆରେ ଏବେ ବି ତାଙ୍କର ଡିମାଣ୍ତ ରହିଛି ।୩୩ ବର୍ଷୀୟ କୋହଲି ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଗୋଟିଏ ପୋଷ୍ଟରୁ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି । ସେସିଆଲ୍‌ ମିଡିଆରେ ଗୋଟିଏ ପୋଷ୍ଟରୁ ସର୍ବାଧିକ ରୋଜଗାର କରୁଥିବା କ୍ରୀଡ଼ାବୀତ୍‌ ଭାବରେ ସେ ଏସିଆର ନଂ ୱାନ୍‌ ସ୍ପୋର୍ଟ୍ସ ସେଲିବ୍ରିଟି ହୋଇଛନ୍ତି ।

ବିରାଟ୍‌ଙ୍କ ତୁଳନାରେ ପର୍ତ୍ତୁଗୀଜ୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଓ ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ସୋସିଆଲ୍‌ ମିଡ଼ିଆ ପ୍ଲାଟଫର୍ମରୁ ଅଧିକ ରୋଜଗାର କରନ୍ତି । hopperhq.com ଦ୍ୱାରା ନିକଟରେ ୨୦୨୨ ର ରିଚ୍ ସ୍ପୋର୍ଟ୍ସମ୍ୟାନ୍‌ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ କୋହଲି ୧୪ ନମ୍ବର ସ୍ଥାନରେ ଅଛନ୍ତି , ସେହିପରି ଭାରତର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୭ ତମ ସ୍ଥାନରେ ରହିଛନ୍ତି ।

ପ୍ରିୟଙ୍କା ପ୍ରତ୍ୟେକ ପୋଷ୍ଟ ପାଇଁ ୩ କୋଟି ଟଙ୍କା ରୋଜଗାର କରନ୍ତି । କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୨୦୦ ମିଲିୟନରୁ ଅଧିକ ଫଲୋଅର୍ସ ରହିଛନ୍ତି। ପ୍ରଥମ କ୍ରିକେଟର ଭାବେ ବିରାଟ୍‌ଙ୍କ ସର୍ବାଧିକ ଫଲୋଅର୍ସ ରହିଛନ୍ତି । ଫୁଟବଲ୍‌ର କ୍ରିଷ୍ଟିଆନୋ ରୋନାଲଡୋଙ୍କ ୪୪୨ ମିଲିୟନ ଫଲୋଅର୍ସ ରହିଥିବା ବେଳେ ଲିଓନେଲ୍‌ ମେସିଙ୍କ ୩୨୭ ମିଲିୟନ ଫଲୋଅର୍ସ ରହିଛନ୍ତି ।

Leave a Reply

Your email address will not be published. Required fields are marked *