ଦହିବରାକୁ ଭଲ ପାଉଥିବା ପ୍ରତିଟି କଟକିଆଙ୍କ ପ୍ରିୟର ମଣିଷ ରଘୁ ମଉସା ଆଜି ଚାଲିଯାଇଛନ୍ତି |
ଦହିବରାକୁ ଭଲ ପାଉଥିବା ପ୍ରତିଟି କଟକିଆଙ୍କ ପ୍ରିୟର ମଣିଷ ରଘୁ ମଉସା ଆଜି ଚାଲିଯାଇଛନ୍ତି |
ଆଜି ୯୧ ବର୍ଷ ବୟସରେ ରଘୁ ମଉସା ଚାଲିଯାଇଛନ୍ତି |
ରଘୁ ମଉସାଙ୍କ ପୁରା ନାମ ରଘୁନାଥ ସାସମଲ | ସକାଳ ହେଉ ହେଉ କଟକ ବିଡାନାସୀରେ ରଘୁ ମଉସାଙ୍କ ଦହିବରା-ଆଳୁଦମର ଆସର ଜମିଥାଏ
ରଘୁଙ୍କୁ ପନ୍ଦର ବର୍ଷ ହେଲାବେଳଠୁ, ସେ ଦହିବରା ବେପାର କରିଆସୁଛନ୍ତି । କୁହାଯାଏ ୧୯୫୦ ମସିହାରୁ ଦହିବରା ବେପାରକୁ ଆପଣାଇଥିଲେ ରଘୁ | ଘରେ ଦହିବରା ପ୍ରସ୍ତୁତ କରିବା ସହ ନିଆରା ସ୍ୱାଦ ରଘୁଙ୍କୁ କଟକିଆଙ୍କ ମଧ୍ୟରେ ବେଶ ପରିଚୟ ଦେଇଥିଲା | କେବଳ କଟକିଆ ନୁହନ୍ତି ବରଂ ଯିଏ ତାଙ୍କ ହାତ ତିଆରି ଦହିବରା-ଆଳୁଦମ ଖାଇଛି ସିଏ ସବୁବେଳେ ଆଉ କେବେ ଖାଇବ ତାହାକୁ ଅନାଇ ବସିଥାଏ | ବିଡ଼ାନାସୀ ଛକରେ ରଘୁ ଦହିବରା ଆଳୁଦମ ଏକ ଟ୍ରଲିରେ ଧରି ପହଁଚୁଥିଲେ । ସେ ଆସିବା ଆଗରୁ ଗ୍ରାହକମାନେ ତାଙ୍କୁ ଅପେକ୍ଷା କରି ରହୁଥିଲେ । ପୂର୍ବରୁ ଏକୁଟିଆ ଦହିବରା ନେଇ ଆସୁଥିବା ରଘୁଙ୍କର ବୟସ ଯେତେବେଳେ ବଢିଚାଲିଲା, ପୁଅକୁ ସାଥିରେ ନେଇ ରଘୁ ଆସିଲେ | ଲୋକଙ୍କୁ ବାଢିକି ଦେବାରେ ଯେଉଁ ଆନନ୍ଦ ରଘୁଙ୍କର ଥାଏ, ବେପାରୀ-ଗ୍ରାହକର ସମ୍ପର୍କକୁ ତାହା ମଜଭୁତ କରିଦିଏ | ଟଙ୍କା ଅପେକ୍ଷା ଲୋକଙ୍କ ଆତ୍ମସନ୍ତୋଷ ଯେ ସବୁକିଛି ତାହା ରଘୁ ବୁଝିପାରିଥିଲେ, ଆଉ ସେଥିପାଇଁ ତ ଆଜି ପ୍ରତିଟି କଟକିଆଙ୍କ ମୁହଁରେ ଗୋଟିଏ କଥା ହିଁ ଶୁଣିବାକୁ ମିଳୁଛି ଆହା, ରଘୁ ମଉସା ଚାଲିଗଲା |