ବିବାହ କଲେ ବଲିଉଡର ପ୍ରସିଦ୍ଧ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା

ମୁମ୍ବାଇ : ଜନ୍ମ ଜନ୍ମ ପାଇଁ ପରସ୍ପରର ସାଥୀ ହେଲେ ଅଭିନେତା ରଜକୁମାର ଓ ପତ୍ରଲେଖା ଦୀର୍ଘ ୧୧ ବର୍ଷର ପରସ୍ପରକୁ ଡେଟ୍‌ କରିବା ପରେ, ଶେଷରେ ଫଳ ପାଇଲେ। ନିଜ ମନର ରାଣୀ ପତ୍ରଲେଖାଙ୍କୁ ପାଇଗଲେ ରାଜକୁମାର। ସରିଲା ଉଭୟଙ୍କ ବିବାହ ଓ ରିସେପ୍‌ସନ୍‌।

ଗତକାଲି ଚଣ୍ଡିଗଡରେ ଏହି ବଲିଉଡର ଯୋଡିଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରିସେପ୍‌ସନ୍‌ ମଧ୍ୟ ସରିଛି। ବିବାହ ଦିନ ପତ୍ରଲେଖା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଅଫ୍‌ ହ୍ୱାଇଟ୍‌ର କୁର୍ତା ପାଇଜାମା ପିନ୍ଧିଥିଲେ ରାଜକୁମାର। ସେହିପରି ରିସେପସନ୍‌ରେ ପତ୍ରଲେଖା ଗୋଲ୍ଡେନ ରଙ୍ଗର ରୟାଲ ଶାଢ଼ୀ ପିନ୍ଧିଥିବା ବେଳେ ରାଜକୁମାର ପିନ୍ଧିଥିଲେ କଳା ରଙ୍ଗର ବ୍ଲେଜର। ଉଭୟଙ୍କ ଗେଟ୍‌ଅପ୍‌ ସମସ୍ତ ବେଶ୍‌ ଆକର୍ଷିତ କରୁଥିଲା। ଦୁହିଁଙ୍କ ବିବାହ ବେଳେର ଏବଂ ରିସେପସନ୍‌ର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେପଟେ ଚଣ୍ଡିଗଡରେ ଆୟୋଜିତ ହୋଇଥିବା ରାଜକୁମାର ଓ ପତ୍ରଲେଖାଙ୍କ ଗ୍ରାଣ୍ଡ ରିସେପ୍‌ସନ୍‌ ପାର୍ଟିରେ ଯୋଗ ଦେଇଥିଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର। ମୁଖ୍ୟମନ୍ତ୍ରୀ ଖଟ୍ଟର ନବ ବିବାହିତ ଦମ୍ପତିଙ୍କୁ ସେମାନଙ୍କର ଦାମ୍ପତ୍ୟ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ସେ ରାଜକୁମାର ଏବଂ ପତ୍ରଲେଖାଙ୍କ ସହ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି। ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ‘ଚଣ୍ଡିଗଡ଼ର ବଲିଉଡର ପ୍ରସିଦ୍ଧ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହ ଉତ୍ସବରେ ଯୋଗ ଦେଇ ବର-ବଧୁଙ୍କୁ ଆଶୀର୍ବାଦ ଏବଂ ସଫଳ ବିବାହିତ ଜୀବନ ପାଇଁ ଶୁଭକାମନା ଦେଇଛି।’

ରାଜକୁମାର ଓ ପତ୍ରଲେଖା ନିଜ ବିବାହରେ ପ୍ରସିଦ୍ଧ ଡ୍ରେସ୍‌ ଡିଜାଇନର ସବ୍ୟସାଚୀ ଡିଜାଇନ୍‌ କରିଥିବା ଆଉଟ୍‌ଫିଟ୍‌ ପିନ୍ଧିଥିଲେ। ତାଙ୍କ ୱେଡିଂ ଆଉଟ୍‌ଫିଟ୍‌ ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ବେଶ୍‌ ଇମ୍ପ୍ରେସ କରିଛି।

Leave a Reply

Your email address will not be published. Required fields are marked *