ନ୍ୟାୟ ଦାବି କରି ଅନଶନରେ ସେନାର ଅବସରପ୍ରାପ୍ତ ଯବାନ : ସପ୍ତାହେ ହେବ ଛୁଇଁନାହାନ୍ତି ଖାଦ୍ୟ

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ପୋଲିସର ଆକ୍ରୋଶମୂଳକ ଅତ୍ୟାଚାରର ପ୍ରତିବାଦ ସହ ନ୍ୟାୟ ଦାବିରେ ଗତ ସପ୍ତାହେ ହେବ ବିଧାନସଭା ସମ୍ମୁଖରେ ଅନଶନରେ ବସିଛନ୍ତି ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଯବାନ ରଞ୍ଜନ କୁମାର କର | ଡେରାବିଶ ଅଞ୍ଚଳର ରଞ୍ଜନ ଡେରାବିଶ ବ୍ଲକର ପୂର୍ବତନ ଚେୟାରମ୍ୟାନ ସରୋଜ ସାହୁ, ଡେରାବିଶ ଥାନାଧୀକାରିଣୀ ଜ୍ୟୋତିର୍ମୟୀ ସେଠୀ ଏବଂ SDPO ଜୟନ୍ତ କୁମାର ମହାପାତ୍ରଙ୍କ ନାମରେ ଆଣିଛନ୍ତି ସିଧାସଳଖ ଅଭିଯୋଗ | ସରୋଜ ସାହୁର ପ୍ରତ୍ୟକ୍ଷ ଇଙ୍ଗିତରେ କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ମୋତେ ଓ ମୋ ପରିବାରକୁ ବାରମ୍ବାର ଧମକ ଦେବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଜୀବନରେ ମାରିଦେବାକୁ ଧମକ ଦେବା ଇତ୍ୟାଦି କରିଆସୁଛନ୍ତି |

ସେନାରୁ ଅବସର ନେବା ପରେ ଗାଁ ରେ କରୁଥିବା ସେବା କାମକୁ ନେଇ ଇର୍ଷାପରାୟଣ ହୋଇ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଧମକ ଦେବା ସହ ନାନା ପ୍ରକାର ହଇରାଣ କରୁଥିଲେ | ସଂଘବଦ୍ଧ ଭାବେ ମୋତେ ମରଣାତ୍ମକ ଆକ୍ରମଣ କରିବାରୁ ସ୍ଥାନୀୟ ଥାନାରେ ଜଣାଇବା ପରେ ବି ଆଇଆଇସି ତଦନ୍ତ କରିବା ପରିବର୍ତ୍ତେ ଅଭିଯୁକ୍ତ ମାନଙ୍କ ସହ ମିଶି ତାଙ୍କୁ ହଇରାଣ କରୁଛନ୍ତି | ତାଙ୍କ ଓ ତାଙ୍କ ପରିବାର ନାଁରେ ଜାତିଆଣ ଆକ୍ଷେପ, ଦୁଷ୍କର୍ମ ପରି ମିଛ ମାମଲା କରି ତାଙ୍କୁ ହଇରାଣ କରୁଛନ୍ତି | ଏଥିରେ ଡେରାବିଶ ବ୍ଲକର ପୂର୍ବତନ ଚେୟାରମ୍ୟାନ ସରୋଜ ସାହୁଙ୍କ ପ୍ରତ୍ୟକ୍ଷ ହାତ ଥିବା ବେଳେ SDPO ଜୟନ୍ତ କୁମାର ମହାପାତ୍ର ମଧ୍ୟ ସାମିଲ ଅଛନ୍ତି | ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶକୁ ମଧ୍ୟ ଏମାନେ ମାନୁନାହାନ୍ତି | ଏ ସମସ୍ତ ଘଟଣାଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ୧ ଜୁନ୍ ରୁ ବିଧାନସଭା ସମ୍ମୁଖରେ ଅନଶନରେ ବସିଛି । ହେଲେ ବି ଏପର୍ଯ୍ୟନ୍ତ କେହି କିଛି ଶୁଣୁନାହାନ୍ତି । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଅନୁଷ୍ଠାନ ଅଲ୍ ଓଡିଶା ଭେଟରାନ ଆସୋସିଏସନ୍ ପକ୍ଷରୁ ମୋ ଦାବୀ କୁ ସମର୍ଥନ କରି ମୋ ସହ ଅନଶନରେ ମଧ୍ୟ ବସିଛନ୍ତି ।

ପ୍ରାୟ ୩ ମାସରୁ ଉର୍ଦ୍ଧ ହେବ ଜୀବନ ଭୟରେ ଭିଟାମାଟି ଛାଡି ବାହାରେ ଆଶ୍ରୟ ନେଇଛନ୍ତି ମୋ ପରିବାର | ମୋ ପରିବାର ସହ ମୋ ଜୀବନ ପ୍ରତି ମଧ୍ୟ ବିପଦ ଅଛି |

ଏଠି ମୁଁ ସପ୍ତାହେ ହେବ ଅନଶନ କରୁଛି | କେବଳ ଅଳ୍ପ ପାଣି ପିଇବା ଛଡା କିଛି ଖାଦ୍ୟ ଖାଉନାହିଁ | କେତେଦିନ ବଞ୍ଚିବି ଜଣାନାହିଁ | ଯଦି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଆମରଣ ଅନଶନରେ ବସିବି ଆଉ ଯଦି ମୋର କିମ୍ବା ମୋ ପରିବାରର କିଛି ହୁଏ ତେବେ ଡେରାବିଶ ଥାନାଧୀକାରିଣୀ ଜ୍ୟୋତିର୍ମୟୀ ସେଠୀ ଏବଂ SDPO ଜୟନ୍ତ କୁମାର ମହାପାତ୍ର ଏବଂ ଡେରାବିଶ ବ୍ଲକର ପୂର୍ବତନ ଚେୟାରମ୍ୟାନ ସରୋଜ ସାହୁ ଦାୟୀ ରହିବେ ବୋଲି କହିଛନ୍ତି ରଞ୍ଜନ କର |

Leave a Reply

Your email address will not be published. Required fields are marked *