ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂସଦ ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ

ବାଲିକୁଦା/ଜଗତସିଂହପୁର:ତା.୦୧.୧‍୧.୨୦୨୧:ଗତକାଲି ତା.୩୧.୧୦.୨୦୨୧ରେ ବାଲିକୁଦା ବ୍ଲକ ରାହାଣସ୍ଥ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ସଂସଦ ତରଫରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ସଂସଦର ସଭାପତି ଦିଲ୍ଲିପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସଭା ଆୟୋଜନ ପୂର୍ବରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ବାବା ବିଦ୍ୟାଧର,ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଳ ଦେଇ ପଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ସମସ୍ତ ଅତିଥୀଙ୍କ ଦ୍ୱାର ସଭା ଆରମ୍ଭ କରାଯାଇଥିଲା । ଏହି ସଭାରେ ଗତକାଲି ଅବସର ଗ୍ରହଣ କରିଥିବା ସଂସ୍କୃତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ସଂସଦ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରା ଯାଇଥିଲା ଏବଂ ଏହା ସହ କରୋନା କଟକଣା ଓ ଅନ୍ୟାନ୍ୟ କାରଣରୁ ଆଗରୁ ଅବସର ଗ୍ରହଣ କରିଥିବା ଚାରିଜଣ ଶିକ୍ଷକ ଯଥା ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବିଶ୍ୱାଳ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ କୁମାର ପାଇଟାଳ ଓ ବିପିନି ବିହାରୀ ସାହୁ,ଖେଳ ଶିକ୍ଷକ ସତ୍ୟାନନ୍ଦ ମହାରଣା ଏବଂ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୃନ୍ଦାବନ ସ୍ୱାଇଁ ଓ ସୁନାକର ପାଇଟାଳଙ୍କୁ ମୂଖ୍ୟ ଅତିଥି ତଥା କଟକସ୍ଥ ଓଡିଶା ସରକାରଙ୍କ ସର୍ବେକ୍ଷଣ ଓ ବନ୍ଦୋବସ୍ଥର ଅତିରିକ୍ତ ନିର୍ଦ୍ଦେଶକ ଓ ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ,କବି,ଗାଳ୍ପିକ ଓ ସମାଜସେବୀ ବ୍ରହ୍ମାନନ୍ଦ ବେହେରା ଓ ଅନ୍ୟାନ୍ୟ ଅତୀଥି ସବୁ ମାନପତ୍ର,ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ସମ୍ମାନ୍ନିତ ଅତୀଥି ଭାବେ ବିଶିଷ୍ଟ ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି,ଓସ୍ତା ସଙ୍ଘ ସଭାପତି ନାରାୟଣ ବାରିକ,ଅତିରିକ୍ତ କ୍ଳକ ଶିକ୍ଷା ଅଧିକାରୀ ଆଦିକନ୍ଦ ଦାସ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା଼,ଏମଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଭାକର ସ୍ୱାଇଁ,ପୂର୍ବତନ ଶିକ୍ଷକ ଚାନୁ କୁମାର ସ୍ୱାଇଁ,ପୋଦରୁଆଁ ଉଚ୍ଚ ବିଦ୍ୟାଳୟର ସଂସ୍କତ ଶିକ୍ଷକ ଅଜୟ କୁମାର ଶତପଥୀ,ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା,ରମେଶ ଚନ୍ଦ୍ର ସ୍ୱାଇଁ,ଜଟାଧାରୀ ଦାସ ପ୍ରମୁଖ ଉପସ୍ଥିତ ରହି ପୂର୍ବତନ ଛାତ୍ରଛାତ୍ରୀଙ୍କ ଏପରି ପ୍ରୟାସକୁ ଭୁୟସୀ ପ୍ରସଂସା କରିଥିଲେ ।
ଏହି ସଭା ପରିଚାଳନାରେ ପୂର୍ବତନ ଛାତ୍ର ଛାତ୍ରୀ ବିଜୟ ସ୍ୱାଇଁ, ଯୁଧିଷ୍ଟିର ସ୍ୱାଇଁ, ଅମ୍ବିକା ବିଶ୍ୱାଳ, ଲଳିତ ସ୍ୱାଇଁ, ବାବୁଲି ବେହେରା, ଅଭୟ ମାଝୀ, ମୁନା ପ୍ରଧାନ, କୁନା ପ୍ରଧାନ, ବିଭୁତି ବେହେରା, ତ୍ରିନାଥ ପ୍ରଧାନ, ବିଭୁ ପ୍ରସାଦ ବେହେରା, ସୁରେନ୍ଦ୍ର ସ୍ୱାଇଁ, ରାଜେଶ ମହାପାତ୍ର, ନଳୀନିକାନ୍ତ ସ୍ୱାଇଁ, ରୀନରାଣୀ ବାରିକ, ଦେବେନ୍ଦ୍ର ବେହେରା, ସତ୍ୟଭାମା ସ୍ୱାଇଁ, ରଞ୍ଜିତା ବାରିକ, ଅନୂପମା ପୁହାଣ, ଲିଲି ବେହେରା, ଦୀପକ ବେହେରା,ସାହାଜାହାନ ପ୍ରଧାନ, ନିକୁଞ୍ଜ ସାହୁ, ପିଣ୍ଟୁ ବେହେରା,କାଳିଆ ବେହେରା ପ୍ରମୁଖ ସହଯୋଗ କରିବା ସହ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ପ୍ରଥମ ବ୍ୟାଚ ଛାତ୍ର ଅଭୟ ଚରଣ ରାଉତ,ବାବୁଲି ବେହେରା ଓ ପ୍ରତାପ ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ଶିକ୍ଷକ ମାନଙ୍କ ସହ କଟାଇଥିବା ମଧୁର ସ୍ମୃତି ଚାରଣ କରିବା ସହ କାର୍ଯ୍ୟକ୍ରମର ସଫଳ ରୁପାୟନରେ ସହଯୋଗ କରିବା ସହ ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜ୍ଞାପନ ଓ ଭୁୟସୀ ପ୍ରସଂସା କରିଥିଲେ ।
ପରେ ପରେ ସଂସଦ ତରଫରୁ ଆଗକୁ ବିଦ୍ୟାଳୟକୁ ଅଞ୍ଚଳରେ ସରସ ସୁନ୍ଦର କରି ଗଢିତୋଳି ଭଲ ରୂପରେ ଦେଖିବା,ସବୁ ଅସୁବିଧାକୁ ମନବଳ ଦେଇ ସଜାଇବା,ଏହାର ସ୍ମୃତିକୁ ଅମର କରିବା ପାଇଁ ବିଗତ ଦିନକୁ ଯୋଡି଼ବା ଓ ସ୍ମରଣୀୟ କରି ରଖିବା ପାଇଁ ଏକ ସ୍ମରଣୀକା ପ୍ରକାଶ କରିବା, ଏହାର ଜନ୍ମ ଜାତକଠାରୁ ଆଜିଯାଏ କ’ଣ ସବୁ ଘଟିଛି ତାକୁ ସମସ୍ତକୁ ଜଣାଇବା,ବାର୍ଷିକ କାର୍ଯ୍ୟକ୍ରମ, ରୌପ୍ୟ ଜୟନ୍ତୀ ପାଳନ କରିବା ସମ୍ପର୍କିତ ବିଷୟ ଵସ୍ତୁ ଉପରେ ଆଲୋଚନା ହୋଇ ନିସ୍ପତି ନିଆଯାଇଥିଲା ।

ସଂସଦର ସଭାପତି ଦିଲ୍ଲୀପ କୁମାର ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ମିଲନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଓ ଗଜେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *