ରାହାଣରେ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ କର୍ମଚାରୀ ଏବଂ ପୁରାତନ ଛାତ୍ରଛାତ୍ରୀ ସଂସଦର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାଲିକୁଦା.ତା.୦୨.୦୧.୨୦୨୨: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ସ୍ଥିତ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ କର୍ମଚାରୀ ଓ ପୂରାତନ ଛାତ୍ରଛାତ୍ରୀ ସଂସଦ ତରଫରୁ ଗତ ୩୧.୧୨.୨୦୨୧ରେ ବିଦ୍ୟାଳୟ ପ୍ରାଙ୍ଗଣରେ କିରାଣି ଜଟାଧାରୀ ଦାସଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସଭା ଆୟୋଜନ ପୂର୍ବରୁ ଅତିଥି ମାନେ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ବାବା ବିଦ୍ୟାଧର, ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଅତିଥିଙ୍କ ଦ୍ୱାର ସଭା ଆରମ୍ଭ କରାଯାଇଥିଲା । ମୂଖ୍ୟ ଅତିଥି ତଥା ରାହାଣ ମାଇନର ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଓ ସମାଜସେବୀ ପ୍ରଭାକର ସ୍ୱାଇଁ, ଅନ୍ୟ ଅତିଥି ଏବଂ ଛାତ୍ରଛାତ୍ରୀ ସଂସଦ କର୍ମକର୍ତ୍ତା କିରାଣି ଶ୍ରୀ ଦାସଙ୍କୁ ମାନପତ୍ର, ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ସମ୍ମାନ୍ନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ବାବା ବିଦ୍ୟାଧରଙ୍କ ଜ୍ୟେଷ୍ଠ ପୂତ୍ର ତଥା ସମାଜସେବୀ ଜଟାଧାରୀ ସାହୁ, ବିଶେଷ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଟାଧାରୀ ସେନାପତି,ମୂଖ୍ୟ ବକ୍ତା ଭାବେ ପୂର୍ବତନ ସଂସ୍କୃତ ଶିକ୍ଷକ ତଥା ପାରାୟଣବିତ୍ ପୂର୍ଣ୍ଣଚ଼ନ୍ଦ୍ର ନାୟକ, କଳାହାଣ୍ଡି ଜିଲ୍ଲା ମୋଟେର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବଳ, ପୂର୍ବତନ ପ୍ରଧାନ ଶିକ୍ଷକ ବିପିନି ବିହାରୀ ସାହୁ,ଚାରିଗାଁ ବିଦ୍ୟାଳୟର ଶିକ୍ଷକ ବିପ୍ରବର ବେହେରା, ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଦାୟୀ କିରାଣିଙ୍କ ଦୀର୍ଘ ୩୮ ବର୍ଷର ସେବା ଓ ଅଭିଜ୍ଞ୍ୟତା ବିଷୟରେ ଅବଗତ କରାଇବା ସହ ପୂର୍ବତନ ଛାତ୍ରଛାତ୍ରୀଙ୍କ ଏପରି କାର୍ଯ୍ୟକୁ ଭୁୟସୀ ପ୍ରସଂସା କରିଥିଲେ ଏବଂ ଏହିଭଳି ପରମ୍ପରା ସବୁ ବିଦ୍ୟାଳୟରେ କରିବାକୁ ନିଜର ଅଭିଭାଷଣରେ ଆହ୍ୱାନ ଦେଇଥିଲେ ।


ଏହି ସଭା ପରିଚାଳନାରେ ପୂର୍ବତନ ଛାତ୍ର ବିଜୟ ସ୍ୱାଇଁ,ଯୁଧିଷ୍ଟିର ସ୍ୱାଇଁ,ଲଳୀତ କୁମାର ସ୍ୱାଇଁ,ପୁସ୍କର ଦାସ,ଉଲ୍ଲାସ ଜେନା,ତୁସାରକାନ୍ତ ନାୟକ,ଗିରିଜା ଶଙ୍କର ବେହେରା,ଆଶିଷ ଦାସ, ନଳୀନିକାନ୍ତ ସ୍ୱାଇଁ,ଯଶୋବନ୍ତ ଦାସ,ରାଖଲ ପ୍ରଧାନ, ସାହାଜାହାନ ପ୍ରଧାନ, ନବୀନ ଦାସ,କାଳନ୍ଦୀ ମଲ୍ଲିକ,ଚକ୍ରଧର ପଣ୍ଡା,ବିଧାନ ଜେନା ଏବଂ ଦଶମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଜୁଲିରାଣୀ ପଣ୍ଡା,ଅନିମା ସ୍ୱାଇଁ, ରୁଦ୍ର ବେହେରା, କସ୍ତୁରି ଦାସ,ଲିପ୍ସାରାଣୀ ଖଟୁଆ,ସୁରଜ ମହାପାତ୍ର,ଅନ୍ୱେଶା ସ୍ୱାଇଁ, ସ୍ୱୟଁସ୍ନାତା ବେହେରା,ସାଇନା ପଣ୍ଡା,ସୋନାଲୀ ଜେନା ପ୍ରମୁଖ ସହଯୋଗ କରିବା ସହ ବହୁ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଗତ ଦିନର ତାଙ୍କ ସହ କଟାଇଥିବା ମଧୁର ସ୍ମୃତି ଚାରଣ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ସହ ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ପରେ ପରେ ଛାତ୍ରଛାତ୍ରୀ ସଂସଦ ତରଫରୁ ବିଦ୍ୟାଳୟକୁ କିପରି ଅଞ୍ଚଳରେ ସରସ ସୁନ୍ଦର କରି ଗଢିତୋଳି ଭଲ ରୂପରେ ଦେଖିବା,ସବୁ ଅସୁବିଧାକୁ ମନବଳ ଦେଇ ସଜାଇବା ଆଦି ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା ।
ସଂସଦର କୋଷାଧ୍ୟକ୍ଷ ଓ ଶିକ୍ଷକ ବାବୁଲି ବେହେରା ସ୍ବାଗତ ଭାଷଣ,ମଞ୍ଚ ପରିଚାଳନା ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ପ୍ରଦାନ କରିଥିଲେ ଓ ପରିଶେଷରେ ପୂର୍ବତନ ଛାତ୍ର ଏବଂ କେନ୍ଦୁଝର ଜିଲ୍ଲା ଯୋଜନା ଓ ପରିସଙ୍ଖ୍ୟାନ ଉପ-ନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ବେହେରା ସ୍ୱତନ୍ତ୍ର ବାର୍ଷିକ ଉତ୍ସବ ସମ୍ପର୍କିତ ପତ୍ରିକା ନିମନ୍ତେ ଲେଖା ଆସନ୍ତା ୨୦୨୨ ଜାନୁୟାରୀ ୨୦ ତାରିଖ ସୁଦ୍ଧା ପ୍ରଦାନ ପାଇଁ ସମସ୍ତ ପୂର୍ବତନ ଶିକ୍ଷକ,ଛାତ୍ରଛାତ୍ରୀ,ବୁଦ୍ଧିଜୀବିଙ୍କୁ ଅନୁରୋଧ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭା ଆୟୋଜନରେ ବିଦ୍ୟାଳୟ କର୍ମଚାରୀ ବିଜୟ ବେହେରା, ସୁନାକର ପାଇଟାଳ,ବୃନ୍ଦାବନ ସ୍ୱାଇଁ,ବସନ୍ତ ପ୍ରଧାନ ଓ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *