କର୍ଣ୍ଣାଟକର ଚିକବଲ୍ଲାପୁରାରେ ଭୟଙ୍କର ସଡ଼କ ଦୁର୍ଘଟଣା ; ଟ୍ୟାଙ୍କର୍‌କୁ ଧକ୍କା ଦେଲା ଟାଟା ସୁମୋ, ୧୨ ଜଣଙ୍କ ମୃତ୍ୟୁ

ଭୟଙ୍କର ସଡ଼କ ଦୁର୍ଘଟଣା। ଠିକ୍‌ ଟ୍ରାଫିକ୍‌ ପୁଲିସ ଷ୍ଟେସନ ସାମ୍ନାରେ ଘଟିଲା ଦୁର୍ଘଟଣା। ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଟାଟା ସୁମୋ। ଚାଲିଗଲା ୧୨ ଜଣଙ୍କ ଜୀବନ। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକର ଚିକବଲ୍ଲାପୁରାରେ।

ଆଜି ସକାଳ ୭ଟା ୧୫ ମିନିଟ୍‌ରେ ଏନ୍‌ଏଚ୍‌ ୪୪ ଚତ୍ରାବତୀ ଟ୍ରାଫିକ୍‌ ପୁଲିସ ଷ୍ଟେସନ ସାମ୍ନାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଜାତୀୟ ରାଜପଥ କଡରେ ଠିଆ ହୋଇଥିବା ଏକ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ଟାଟା ସୁମୋ। ଫଳରେ ଘଟଣାସ୍ଥଳରେ କାର୍‌ରେ ଥିବା ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ପୁଲସ ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ଘନ କୁହୁଡି ଯୋଗୁ କାର୍‌ ଡ୍ରାଇଭର ରାସ୍ତା କଡରେ ଥିବା ତେଲ ଟ୍ୟାଙ୍କରକୁ ଦେଖି ପାରିନଥିଲେ। ଫଳରେ ନିୟନ୍ତ୍ରଣ ହରାଇ ତେଲ ଟ୍ୟାଙ୍କରକୁ କାର୍‌ଟି ଧକ୍କା ଦେଇଥିବା ପୁଲିସ କହିଛି।

Leave a Reply

Your email address will not be published. Required fields are marked *