ରୋଟାରି ଜିଲ୍ଲା ପ୍ରାନ୍ତପାଳଙ୍କ ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ପରିଦର୍ଶନ
ଭୁବନେଶ୍ୱର : ରୋଟାରି ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ସଭାରେ କ୍ଲବର ସଭାପତି ମଧୁଛନ୍ଦା ବଳ ସଭାପତିତ୍ଵ କରିଥିଲେ । ପ୍ରାନ୍ତପାଳ କ୍ଲବର ବିଭିନ୍ନ ପ୍ରୋଜେକ୍ଟ ଗୁଡ଼ିକ ଦେଖି ଖୁସିବ୍ୟକ୍ତ କରିବା ସହିତ କ୍ଲବର ଦୀର୍ଘସ୍ଥାୟୀ ପ୍ରକଳ୍ପ ‘NISTHA’, ନିଶା ନିବାରଣ କେନ୍ଦ୍ର ପରିଦର୍ଶନରେ ଯାଇ ଅନ୍ତେବାସୀଙ୍କ ସହିତ ଭାବ ବିନିମୟ କରିଥିଲେ । କ୍ଲବ ଏହି ଅନୁଷ୍ଠାନକୁ ବିଗତ ଦଶ ବର୍ଷ ଧରି ଆର୍ଥିକ ଏବଂ ଅନ୍ଯାନ୍ଯ ସହଯୋଗ କରି ଆସୁଛି । ଏତଦ୍ ବ୍ୟତୀତ ପୋଷ୍ୟଗ୍ରାମ ଚୁନକୋଳିର ଆଦିବାସୀ ମହିଳାମାନଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଯଥା- ଝୋଟ ଶିଳ୍ପ, ଛତୁଚାଷ, ସିଲେଇ, ଧୂପ କାଠି ଏବଂ ରଙ୍ଗୀନ ମାଛଚାଷ ଇତ୍ୟାଦିର ଭୂୟସୀ ପ୍ରଶଂସା କରିଥିଲେ । ଏତେ ଛୋଟ କ୍ଲବ ହୋଇ ମଧ୍ୟ ଏବର୍ଷ ଦୁଇ ଦୁଇଟି ଜିଲ୍ଲା ସମ୍ମେଳନ ଆୟୋଜନ କରିଥିବାରୁ ପ୍ରାନ୍ତପାଳ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ କ୍ଲବର ବାର୍ଷିକ ମୁଖପତ୍ର ‘Inspiration’ ପ୍ରାନ୍ତପାଳ ଉନ୍ମୋଚନ କରିଥିଲେ । କ୍ଲବର ସମ୍ପାଦକ ସଂଜୟ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବତନ ପ୍ରାନ୍ତପାଳ ରବି ନାରାୟଣ ନନ୍ଦ ଏବଂ ପୂର୍ବତନ ପ୍ରାନ୍ତପାଳ ଶିବବ୍ରତ ଦାଶଙ୍କୁ ସମ୍ମାନିତ କରାଯାଇଥିଲା ।ବିଭିନ୍ନ କ୍ଲବରୁ ଆସିଥିବା ସମସ୍ତ ସଦସ୍ଯା ମାନଙ୍କୁ ମଧ୍ଯ ସଭାପତି ସମ୍ମାନିତ କରିଥିଲେ । ଏକାମ୍ର କ୍ଷେତ୍ରର ସମସ୍ତ ସଭ୍ଯ ସପରିବାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଭାପତିଙ୍କୁ ଉସ୍ଛାହିତ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦିକା ଡ. ରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।