ଦଳ ବିରୋଧି କାର୍ଯ୍ୟ ପାଇଁ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କଲା ସମୃଦ୍ଧ ଓଡ଼ିଶା

ଭୁବନେଶ୍ୱର : ସମୃଦ୍ଧ ଓଡ଼ିଶା ଦଳର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସବ କମିଟିର ଅଧ୍ୟକ୍ଷ ମନୋରଞ୍ଜନ ଦାସ ଦଳର ସମ୍ମାନ ହାନି ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗରେ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କରାଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ସମୃଦ୍ଧ ଓଡ଼ିଶା ଦଳ ତରଫରୁ ପ୍ରକାଶ ପାଇଛି l ପ୍ରତିଷ୍ଠାତା ସଭାପତି ତଥା ବର୍ତମାନର ସଭାପତି ଡ଼ଃ ଯତୀଶ ଚନ୍ଦ୍ର ମହାନ୍ତିଙ୍କୁ ଆସମ୍ମାନ କରିବା, ହ୍ୱାଟ୍ସ ଆପ ଗ୍ରୁପରେ ଭୁଲ ତଥ୍ୟ ପରିବେଷଣ କରିବା, ଆଶାଳୀନ ମନ୍ତବ୍ୟ ଦେବା ଏପରିକି ସମୃଦ୍ଧ ଓଡ଼ିଶାର ବିଚାର ବହିର୍ଭୁତ କାର୍ଯ୍ୟ କରୁଥିବା ଯୋଗୁ ପ୍ରଣବ ଛୋଟରାୟଙ୍କୁ ସାତ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ସମୃଦ୍ଧ ଓଡ଼ିଶା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସବ କମିଟିର ଅଧ୍ୟକ୍ଷ ମନୋରଞ୍ଜନ ଦାସ ତାଙ୍କ ପାଖକୁ ପଠାଇବା ସହ ଦଳର ସଦସ୍ୟ ପଦରୁ ଶ୍ରୀ ଛୋଟରାୟଙ୍କୁ ନିଲମ୍ବନ କରିଛନ୍ତି l

Leave a Reply

Your email address will not be published. Required fields are marked *