ଆଇନ ଛାତ୍ରୀ ସ୍ମିତା ମିଶ୍ରଙ୍କୁ ମେୟର ପ୍ରାର୍ଥୀ କଲା କଳିଙ୍ଗ ସେନା : ଖୁବଶୀଘ୍ର କର୍ପୋରେଟର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଭୁବନେଶ୍ୱର ମେୟର ପଦ ପାଇଁ କଳିଙ୍ଗ ସେନା ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି l ଆଇନ ଛାତ୍ରୀ ସ୍ମିତା ମିଶ୍ର ସେନାର ପ୍ରାର୍ଥୀ ଭାବେ ମେୟର ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିବେ ବୋଲି ସେନା ସୁପ୍ରିମୋ ହେମନ୍ତ ରଥ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି l

ସ୍ମିତା ମିଶ୍ରଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବା ସମୟରେ ରଥ କହିଛନ୍ତି ଯେ କଳିଙ୍ଗସେନା ସବୁବେଳେ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯୁବ ବର୍ଗଙ୍କୁ ପ୍ରଧାନ୍ୟ ଦେଇଥାଏ l କାରଣ ଯୁବବର୍ଗ ହିଁ ହେଉଛନ୍ତି ଓଡ଼ିଶାର ଭବିଷ୍ୟତ l ତେଣୁ ସେହି ଆଧାରରେ ସ୍ମିତା ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀଭାବେ ଚୟନ କରାଯାଇଛି l ସ୍ମିତା ମିଶ୍ର ଏମବିଏ ପାଠ୍ୟକ୍ରମ ସାରିବା ପରେ ଏବେ ଆଇନ ଡିଗ୍ରୀ ପାଇଁ ଅଧୟନରତା l ଏହି ଉଚ୍ଚ ଶିକ୍ଷିତା ଛାତ୍ରିଜଣଙ୍କୁ ରାଜଧାନୀର ସବୁ ବର୍ଗଙ୍କର ପସନ୍ଦ ହେବେ ବୋଲି ସେ ଆଶା କରିଛନ୍ତି l କଳୁଷିତ ରାଜନୀତିରୁ ଦୂରରେ ରହି ରାଜଧାନୀବାସୀଙ୍କ ସେବା ପାଇଁ ସେ ମନ ବଳାଇବା ପରେ କଳିଙ୍ଗ ସେନା ତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ସ୍ଥିର କରିଛି l

ମେୟର ପଦବୀ ପାଇଁ ନାମ ଘୋଷଣା ପରେ ପରେ ଖୁବଶୀଘ୍ର ବିଭିନ୍ନ ୱାର୍ଡ଼ରେ କର୍ପୋରେଟର ପଦବୀ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି l ଏଥିପାଇଁ ଏକାଧିକ ଆବେଦନପତ୍ର ଆସିଥିବାବେଳେ ସ୍ଵଛ ଓ ନିର୍ମଳ ଭାବମୂର୍ତ୍ତି ସହିତ ଉଚ୍ଚ ଶିକ୍ଷିତ ଯୁବବର୍ଗଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି |

Leave a Reply

Your email address will not be published. Required fields are marked *