ନୀଳକଇଁ କ୍ରିଏସନ ପକ୍ଷରୁ ଗଜଲ ସନ୍ଧ୍ୟା ଓ ‘ସପ୍ତମ ଋତୁର ଜହ୍ନ’ ର ସିଡି ରିଲିଜ୍

ଭୁବନେଶ୍ୱର : ନୀଳକଇଁ କ୍ରିଏସନ ପକ୍ଷରୁ ଏକ ଭିନ୍ନ ସ୍ୱାଦର ଗଜଲ ସନ୍ଧ୍ୟା ଓ ‘ସପ୍ତମ ଋତୁର ଜହ୍ନ’ର ସିଡି ଉନ୍ମୋଚନ ଉତ୍ସବ ଆଜି ସନ୍ଧ୍ୟାରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି | ସୁପ୍ରସିଦ୍ଧ ଗୀତିକାର, ଲେଖକ ଲେଖିକାଙ୍କ ଦ୍ୱାରା ଲିଖିତ ଗୀତ ଓ ଗଜଲକୁ ଜଣାଶୁଣା କଣ୍ଠଶିଳ୍ପୀ ମାନେ ଶ୍ରୋତାଙ୍କ ନିକଟରେ ଖୁବ ସୁନ୍ଦର ଭାବରେ ପରସିଦେଇଥିଲେ |

ସଂଗୀତ କାର୍ଯ୍ୟକ୍ରମ ପୂର୍ବରୁ ଆନୁଷ୍ଠାନିକ ଉନ୍ମୋଚନ ସଭାରେ ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟ, ଲୋକପ୍ରିୟ କଣ୍ଠଶିଳ୍ପୀ ତୃପ୍ତି ଦାସ, ପ୍ରସିଦ୍ଧ ଗୀତିକାର ସଂଳାପକାର ଡ ରଜନୀ ରଞ୍ଜନ, ବିଶିଷ୍ଟ କବି ଲେଖକ ଶରତ କୁମାର ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ | 17 ଟି ଗୀତକୁ ନେଇ ପ୍ରସ୍ତୁତ ‘ସପ୍ତମ ଋତୁର ଜହ୍ନ’ର ସଂଗୀତ ସିଡି, ଗୀତ ଓ ଗଜଲର ଏକ ଅପୂର୍ବ ସମ୍ମିଶ୍ରଣ ଯାହା ଆଜିର ସଂଗୀତପ୍ରେମୀ ମାନଙ୍କୁ ଭଲ ଲାଗିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ |

ଏହି ଅବସରରେ ନୀଳକଇଁର ସମ୍ପାଦିକା ସସ୍ମିତା ଦାସ କହିଥିଲେ କି, ନୀଳକଇଁ ଦୀର୍ଘ ଦିନ ହେବ ସାହିତ୍ୟ ସଂସ୍କୃତି ଏବଂ ସଂଗୀତ ଜଗତ ସହ ଜଡିତ ଅଛି | ସେଇ କାର୍ଯ୍ୟକ୍ରମର ଏକ ଅଂଶ, ଯାହା ଗଜଲ ଶୈଳୀରେ ଲେଖା ଓଡ଼ିଆ ଗୀତ ସବୁ ଆପଣ ମାନକ ହୃଦୟକୁ ଛୁଇଁବ ବୋଲି ଆମେ ଆଶା କରୁଛୁ |

ପରେ ପରେ ସସ୍ମିତା ଦାସ ଙ୍କ ଲିଖିତ ସପ୍ତମ କବିତା ପୁସ୍ତକ ‘ ସପ୍ତମ ଋତୁର ଜହ୍ନ ‘ ର ଲୋକାର୍ପଣ ହୋଇଥିଲା ।

ଏହି ସିଡ଼ି କ୍ୟାସେଟର ସଂଗୀତ ନିର୍ଦେଶନା ଯଜ୍ଞ ଦାଶ ଦେଇଥିବା ବେଳେ ବିଶିଷ୍ଟ ଲେଖିକା ଡ଼ ପ୍ରତିଭା ରାୟ, ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟ, ଡ଼ ରଜନୀ ରଞ୍ଜନ, ଶରତ କୁମାର ଦାଶ, ଅମରେନ୍ଦ୍ର ଖଟୁଆ, ଅଖିଲ କୁମାର ମିଶ୍ର, ଗୀତାଞ୍ଜଳୀ ପଣ୍ଡା, ସସ୍ମିତା ଦାସ, ପ୍ରମୋଦ ଦାସ ଏବଂ ବିପିନ୍‌ ମହାନ୍ତିଙ୍କ ଭଳି ଗୀତିକାର ମାନଙ୍କ ଲେଖା ସବୁ ଲୋକପ୍ରିୟ କଣ୍ଠଶିଳ୍ପୀ ତୃପ୍ତି ଦାସ, ସୋହିନୀ ମିଶ୍ର, କରୁଣାକର, ସ୍ୱରୂପ ନାୟକ, ମହାପ୍ରସାଦ କର ଛନ୍ଦା ମିଶ୍ର ଏବଂ କୁନି କଳାକାର ଫିଓନାଙ୍କ କଣ୍ଠରେ ଗୀତ ସବୁ ସୃତି ମଧୁର ହୋଇଛି |

Leave a Reply

Your email address will not be published. Required fields are marked *