ବାଂଲାଦେଶୀ ଝିଅକୁ ଜୋରଜବରଦସ୍ତ ନିଜ ରକ୍ଷିତା କରି ରଖିଛନ୍ତି ଭଉଣୀ ସରସ୍ୱତୀ ବୋଲି ସୋସିଆଲ ମିଡିଆରେ ଅଭିଯୋଗ ଆଣିଲେ ଦୂତି

ଭୁବନେଶ୍ୱର: ପୋଲିସର ଧମକ ଦେଖାଇ ଗୋଟିଏ ବାଂଲାଦେଶୀ ଝିଅକୁ ଜୋର ଜବରଦସ୍ତ ନିଜର ରକ୍ଷିତା କରି ରଖିବା ଓ ଫର୍ଜି କରି ତା ନାମରେ ଆଧାରକାର୍ଡ, ପାନ କାର୍ଡ଼, ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇ ତାକୁ ଭାରତର ବାସିନ୍ଦା କରିଛନ୍ତି। ଦୌଡ଼ ରାଣୀ ଦୂତି ଚାନ୍ଦ ଫେସବୁକ ପୋଷ୍ଟ ଜରିଆରେ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ଟାର୍ଗେଟ କରିଛନ୍ତି। ସରସ୍ୱତୀ ଚାନ୍ଦଙ୍କ ନିକଟରେ ପୋଲିସ ଅଧିକାରିଣୀ ଭାବେ ପାୱାର ଥିବାରୁ ଏ ସବୁ ଏଥିପାଇଁ ଏତେ ସହଜ ବୋଲି ଦୂତି ଆଣିଛନ୍ତି ଅଭିଯୋଗ।

ଏହିପରି କେତେ ବାଂଲାଦେଶୀ ଏବଂ ନେପାଳର ନାଗରିକମାନଙ୍କୁ ଓଡିଶା ଆଣି ଭାରତର ବାସିନ୍ଦା କରିଛନ୍ତି ସରସ୍ୱତୀ। ତାହା ଉପଯୁକ୍ତ ତଦନ୍ତ କଲେ ଜଣା ପଡିବ ବୋଲି କହିଛନ୍ତି ଦୂତି।

ଆହୁରି ମଧ୍ଯ ଦୂତି କହିଛନ୍ତି ମୋର ସିନା ଆଳୁ ଦୋଷ ଅଛି। ହେଲେ ତୋର କି ଦୋଷ ଅଛି? ଗୋଟିଏ ବିନା ପରିଚିତ ବାଂଲାଦେଶର ଝିଅକୁ ଆଣି ଦୀର୍ଘ ୪ବର୍ଷ ହେଲା ଆଣିକି ରଖିଛୁ। ନିଜକୁ ଷଣ୍ଢ ଭାବି ତାକୁ ଗାଈ ଭଳିଆ ନିଜପାଖରେ ରଖିଛୁ। ଦୁନିଆ ଆଗରେ ନିଜର ଛାତ୍ରୀ ବୋଲି କହି ଖେଳ ଶିକ୍ଷଖାଉଛୁ। ତୁ ବେଡ଼ରୁମରେ କି ଖେଳପଡ଼ିଆରେ ଖେଳ ଶିଖାଉଛୁ?

ତୁ କଣ ପ୍ରକୃତରେ ସମସ୍ତେ ଜାଣିଛନ୍ତି। ବାପା ମାଆଙ୍କୁ ହାତ କରି ମୋତେ ମିଛରେ ବଦନାମ କଲୁ। ହେଲେ କଣ ହେଲା କିଛି ଓଖାଡି ପାରିଲୁନି। ଶେଷରେ ନିଜେ ଘରୁ ବିଦା ହେଇ ଭୂବନେଶ୍ୱରରେ ଗୋଟିଏ ଘର ଭଡା ନେଇ ରହିଛୁ ବୋଲି ଲେଖିଛନ୍ତି ଦୂତୀ।

କେବଳ ସେତିକି ନୁହେଁ ତୁ ବହୁତ ମୋତେ କହିଲୁଣି। ମୁ ବହୁତ ସହିଲିଣି ଜଦି ଖୁସିରେ ବଞ୍ଚିବାର ଅଛି। ସୁଧୁରିଯା ନ ହେଲେ ମୁ ତୋର କଣ କରିବି ତୁ ଭଲଭାବରେ ଜାଣିଛୁ ବୋଲି ଦୂତି ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ସରସ୍ୱତୀ ଚାନ୍ଦ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ତୁ ସାନ ଥିଲୁ ତତେ ଜିତିଇବା ପାଇଁ ଜାଣି ଜାଣି ହାରୁଥିଲି, ହେଲେ ବାପା ମାର ମଥା ଛୋଟ କରିବାକୁ ଚେଷ୍ଟା କରିବୁତ ତତେ spoil କରିଦେବି। ଅବଶ୍ୟ ପୋଷ୍ଟରେ କାହା ନାମ ଉଲ୍ଲେଖ ହୋଇନାହିଁ, କିନ୍ତୁ ଏହା ଦୁତିଙ୍କ ଉଦ୍ଦେଶ୍ୟରେ ଲେଖା ହୋଇଥାଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *