ଉତ୍ତର ପ୍ରଦେଶ ରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଲକ୍ଷ୍ନୌ: ପୁଣି ଉତ୍ତର ପ୍ରଦେଶକୁ ଫେରିଲା ନାଇଟ୍‍ କର୍ଫ୍ୟୁ । । ଉତ୍ତରପ୍ରଦେଶ ସରକାର ପ୍ରଥମ ପର୍ୟ୍ୟାୟରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍‍ କର୍ଫ୍ୟୁ ଲଗାଇଛନ୍ତି ଉତ୍ତର ପ୍ରଦେଶ ସରକାର । ଆସନ୍ତାକାଲିଠୁ ଏହିକଟଣା ଲାଗୁ ହେବ । ରାତି ୧୧ଟାରୁ ଭୋର ୫ ଟା ପର୍ୟ୍ୟନ୍ତ ଲାଗିବ ନାଇଟ୍‍ କର୍ଫ୍ୟୁ କଟକଣା । ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ । ଏହି ପର୍ବରେ ଜନସମାଗମକୁ ନଜରରେ ରଖି ଯୁପି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବି ଚିହ୍ନଟ ହେଉଛନ୍ତି ବହୁ ଓମିକ୍ରନ ଆକ୍ରାନ୍ତ । ତେଣୁ ଉତ୍ତର ପ୍ରଦେଶ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶରେ ୨ଶହରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *