ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ୍ ମାମଲା ; ଜାଣନ୍ତୁ ଏହି ରୋଗର ଚିକିତ୍ସା ଓ ଲକ୍ଷଣ ବାବଦରେ

ଡେଙ୍ଗୁ ଜ୍ବର କିମ୍ବା ଅଧିକ ଦିନ ଜ୍ବର ରହିଲେ, ସ୍କ୍ରବ୍ ଟାଇଫସ୍ ରୋଗର ଆଶଙ୍କା ରହିଥାଏ । ବରଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ଏହି ସ୍କ୍ରବ୍ ଟାଇଫସ୍ ରୋଗ ବ୍ୟାପିବାରେ ଲାଗିଛି । ଏକ ଛୋଟିଆ କୀଟ କାମୁଡ଼ିଲେ ହେଉଛି ଏହି ରୋଗ । ଏଥିରେ ମୃତ୍ୟୁ ଆଶଙ୍କା ମଧ୍ୟ ରହିଛି । ବରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ରୋଗରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛ । ତେଣୁ ଏହି ରୋଗକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।…

କୀଟ କାମୁଡ଼ିଲେ ହୁଏ ପ୍ରାଣଘାତକ ରୋଗ । ଯାହାର ନାଁ ହେଉଛି `ସ୍କ୍ରବ୍ ଟାଇଫସ୍’ । ସୂଚନା ମିଳିଛି ଯେ ବିଗତ ୨ ସପ୍ତାହ ମଧ୍ୟରେ ବରଗଡ଼ ଜିଲ୍ଲାରେ ଏହି କୀଟ କାମୁଡ଼ାରେ ୫ ଜଣଙ୍କର ମୃତ୍ୟୁ ହୋଇଛି, ପାଖାପାଖି ୧୫୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଅତାବିରା, ଭେଡେନ୍, ବରପାଲିରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଥିବା ବେଳେ ସୋହେଲାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସ୍କ୍ରବ୍ ଟାଇଫସ୍ କୀଟ କେନ୍ଦୁଝର, ନବରଙ୍ଗପୁର, ସୁନ୍ଦରଗଡ଼ରେ ବି ଆତଙ୍କ ଖେଳାଇଥିବା ବି କୀଟର ଆତଙ୍କ । ବରଗଡ଼ରେ ଏବେ ୧୪୦ ଜଣ ଆକ୍ରାନ୍ତ ଅଛନ୍ତି ।

‘ଚିଗର’ ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବା କଷ୍ଟକର । ଏହି କୀଟ ପଶୁମାନଙ୍କ ଦେହରେ ବି ରହିଥାଏ । ଏହି କୀଟ କାମୁଡ଼ିଲେ ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଘୋଳାବିନ୍ଧା ଲାଗି ରହିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ଏ ନେଇ ସତର୍କ ରହିବା ଜରୁରୀ । ଚାଷଜମି ଓ ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହି କୀଟ କାମୁଡ଼ିବା ସମ୍ଭାବନା ଅଧିକ ହୋଇଥାଏ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Leave a Reply

Your email address will not be published. Required fields are marked *