ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଗଣତନ୍ତ୍ର ଦିବସରେ ଆଲୋଚନା ଚକ୍ର

ଭୁବନେଶ୍ୱର : ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ “ଗଣତନ୍ତ୍ର ଓ ଆଜିର ସମାଜ ବ୍ୟବସ୍ଥା ‘ଶୀର୍ଷକ ଆଲୋଚନା ଚକ୍ର ପ୍ରଫେସର ଅମିୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଉପଦେଷ୍ଟା ପ୍ରଫେସର ମନୋରଞ୍ଜନ ଦାସ,ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ, ସମ୍ପାଦକ ନିରାକାର ବେଉରା, ଉପସଭାପତି ପ୍ରଦୀପ୍ତ କୁମାର ବାରିକ, ଉପସଭାପତି ସଂଜୀବ କୁମାର ସାବତ, କୋଷାଧକ୍ଷ ରାଜଶ୍ରୀ ତ୍ରିପାଠୀ,ସମ୍ପାଦକ ଶରତ କୁମାର ବେହେରା, ଉପଦେଷ୍ଟା ଡ଼ଃ ଲମ୍ବୋଦର ସାହୁ, ସାମ୍ବାଦିକ ଦିଲ୍ଲୀପ କୁମାର ହାଲି ଆଲୋଚନାରେ ଭାଗ ନେଇଥିଲେ | ସମସ୍ତ ସଦସ୍ୟ ଏକମତ ପ୍ରକାଶ କରିଥିଲେ ଯେ ଗଣତନ୍ତ୍ରର ସଫଳତା ଲୋକ ଚରିତ୍ର ଉପରେ ନିର୍ଭର କରେ | ଆଜିର ଗଣତନ୍ତ୍ର ବିପନ୍ନ |ସବୁ ଗଣତାନ୍ତ୍ରିକ ଅନୁଷ୍ଠାନ ରୁଗ୍ଣ ଓ ଦୁର୍ବଳ | ସାମ୍ବିଧାନିକ ବ୍ୟବସ୍ଥା କେବଳ ମୁହଁରେ ଶୋଭା ପାଉଛି, କାର୍ଯ୍ୟରେ ବିପରୀତ ଘଟୁଛି |ଏ ଅବସ୍ଥାର ପରିବର୍ତ୍ତନ ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ସମ୍ମିଳନୀ ପକ୍ଷରୁ ହେବ ବୋଲି ବକ୍ତା ମାନେ ମତ ଦେଇଥିଲେ | ଉପସ୍ଥିତ ଥିବା ଅନ୍ୟ ସଦସ୍ୟ ମାନେ ହେଲେ ଶ୍ରୀଶମୟ ମହାପାତ୍ର, ଦ୍ବିତିକୃଷ୍ଣ ନାୟକ, ଅଞ୍ଜଳିପ୍ରଭା ଦାଶ, ଆଶିଷ କୁମାର ପାତ୍ର, ତ୍ରିନାଥ ସାହୁ,ନମିତାରାଣୀ ରାୟ , ବିଶ୍ଵମ୍ଭର ଦାଶ, ପ୍ରକାଶ କୁମାର ଲେଙ୍କା, ଯୋଗେନ୍ଦ୍ର କୁମାର ରାଉତ,ଜେନାମଣି ଦିଲ୍ଲୀପ କୁମାର ରାୟ |ଶେଷରେ ଅଞ୍ଜଳିପ୍ରଭା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *