ଝାଡ଼ଖଣ୍ଡର ପଲାମୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ଜଣଙ୍କ ମୃତ୍ୟୁ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ପଲାମୁ ଜିଲ୍ଲାରେ ମର୍ମୁନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗତକାଲି ରାତିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ପିଲାମାନେ ରହିଥିବା ଜଣାପଡ଼ିଛି । ଘଟଣାକୁ ନେଇ ପୁଲିସ ତାର ପ୍ରତିକ୍ରିୟା ରଖିଛି । ପୁଲିସର ସୂଚନା ମୁତାବକ ଝାଡ଼ଖଣ୍ଡର ନାଉଡିହା ଅଞ୍ଚଳରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ପାଲାମୁ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି । ପଲାମୁ ପୁଲିସ ଅଧୀକ୍ଷକ ଚନ୍ଦନ କୁମାର ସିହ୍ନା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ବୋଲି ଖବର ମିଳିଛି । ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ପୁଲିସ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *