ଶ୍ରୀମଦ ଭାଗବତ କଥା ମହୋତ୍ସବ ଉଦଯାପିତ

ଭୁବନେଶ୍ୱର: ଶ୍ରୀମଦ ଭାଗବତ ଦିବ୍ୟ ଚେତନା ସଂସ୍ଥାନ ପକ୍ଷରୁ ସ୍ଥାନୀୟ ମା’ବରଦେଇ ମନ୍ଦିର ପରିସରରେ ଗତ 20 ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀମଦ ଭାଗବତ କଥା ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି | ପ୍ରଥମ ଦିନ ଉଦଘାଟନ ଉତ୍ସବ ରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ଡ଼କ୍ଟର କୁମରବର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ | ସେହିପରି ମହୋତ୍ସବ ରେ ବ୍ୟାସ ଭାବରେ ବାବାଜି ଅମୃତାନନ୍ଦ ଦାସ ମହାରାଜ ନିଜର ପ୍ରବଚନ ଶୁଭାରମ୍ଭ କରିଥିଲେ | କାର୍ଯ୍ୟକ୍ରମ ପରିଶେଷରେ ମୁଖ୍ୟ ଆୟୋଜକ ଶ୍ରୀ ପ୍ରଦୀପ କୁମାର ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ଼କ୍ଟର ହରେକୃଷ୍ଣ ଶତପଥି ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ,ଚାଟାର୍ଡ ଆକାଉଣ୍ଟ ଶ୍ରୀଯୁକ୍ତ ରାଜୀବ ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଅରୁଣ କୁମାର ସାହୁ ,ନଟବର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସର ରେ ଦିବାକର ଜେନା ,ବାବୁଲି ବଳବନ୍ତ ରାୟ ,ମନୋରଞ୍ଜନ ଖୁଣ୍ଟିଆ ,ମନୋଜ କୁମାର ବେହେରା ,କିଶୋର ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା| କାର୍ଯ୍ୟକର୍ମ ଶେଷରେ ମୁଖ୍ୟ ଆୟୋଜକ ଶ୍ରୀ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ପ୍ରଦାନ କରିଥିଲେ |

Leave a Reply

Your email address will not be published. Required fields are marked *