ମିସ୍‌ ଇଣ୍ଡିଆ ୱାର୍ଲ୍ଡ-୨୦୨୨ ଟାଇଟଲ ଜିତିଲେ ସିନି ଶେଟ୍ଟୀ

ମୁମ୍ବାଇ: ମିସ୍‌ ଇଣ୍ଡିଆ ମୁକୁଟ ହାତେଇଲେ ସିନି ଶେଟ୍ଟୀ। ଫେମିନା ମିସ୍‌ ଇଣ୍ଡିଆ ୨୦୨୨ ପ୍ରତିଯୋଗିତାରେ ବାଜି ମାରିଲେ କର୍ଣ୍ଣାଟକର ଏହି ସୁନ୍ଦରୀ। ବ୍ୟୁଟି ୱିଥ୍‌ ବ୍ରେନ ସିନି ୩୧ ଜଣ ପାଇନାଲିଷ୍ଟଙ୍କୁ ପଛରେ ପକାଇ ଜିତିଲେ ମିସ୍‌ ଇଣ୍ଡିଆ ୱାର୍ଲ୍ଡ ଟାଇଟଲ। ସିନି ଶେଟ୍ଟୀ ନିଜ ସୁନ୍ଦରତା ଓ ଫଟାଫଟ ଜବାବ ଦେଇ ଜଜ୍‌ମାନଙ୍କୁ ଇମ୍ପ୍ରେସ୍‌ କରିଥିଲେ। ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ସିନାତା ଚୌହ୍ୱାନ ହୋଇଛନ୍ତି ସେକେଣ୍ଡ ରନର୍ସ ଅପ୍।

ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତିଥିବା ସିନି ଶେଟ୍ଟୀଙ୍କୁ ମାତ୍ର ୨୧ ବର୍ଷ ବୟସ। ତାଙ୍କ ଜନ୍ମ ମୁମ୍ବାଇରେ ହୋଇଛି। ସେ ମୂଳ ରୂପେ କର୍ଣ୍ଣାଟକରେ ରୁହନ୍ତି। ସିନି ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ CFA(ଚାଟାର୍ଡ ଫାଇନାନ୍ସିଆଲ ଆନାଲିଷ୍ଟ) କୋର୍ସ କରୁଛନ୍ତି।

Leave a Reply

Your email address will not be published. Required fields are marked *