ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ

ଭୁବନେଶ୍ବର : ରାଜଧାନୀର ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ । ଜଣାଶୁଣା ସାମାଜିକ କର୍ମୀ ସଞୟ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆଜି ନୁଆପଲ୍ଲି ଦୁର୍ଗାପୂଜା ମଣ୍ଡପ ଠାରେ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବି ସସ୍ମିତା ପାହାଡ ସିଂ, ୪୦ ନମ୍ବର୍ ୱାର୍ଡ ର ଜଣାଶୁଣା ସାମାଜିକ କର୍ମୀ ମାନୀ ପଣ୍ଡା, ପ୍ରବିରମୋହନ ବେହେରା, ନିତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୨୦୦ ରୁ ଉର୍ଦ୍ଧ ଲୋକଙ୍କୁ ବସ୍ତ୍ର ବଣ୍ଟନ କରିଥଲେ । ଆଗମୀ ଦିନରେ ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମକୁ ସବୁ ବସ୍ତି ଅଞ୍ଚଳରେ କରାଯିବ ବୋଲି ସଞ୍ଜୟ ପରିଡ଼ା ସୂଚନା ଦେବା ସହ ଅଧିକ ରୁ ଅଧିକ ସଂଖ୍ୟାରେ ଲୋକମାନେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି । ସାମାଜିକ କର୍ମୀ ମାନଙ୍କ ଏଭଳି ସେବା କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *