୭ ଅକ୍ଟୋବରରୁ ରାଜଧାନୀରେ ଆରମ୍ଭ ହେବ ୭ମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

ଭୁବନେଶ୍ଵର: ୭ମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ଭୁବନେଶ୍ୱରର ଜନତା ମଇଦାନ ଠାରେ ୭ ଅକ୍ଟୋବର ୨୦୨୨ରୁ ୧୭ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ହେବାକୁ ଯାଉଅଛି । ଏହି ମେଳାରେ ୭ଟି ଦେଶ ଓ ୨୦ଟି ରାଜ୍ୟ ଅଂଶଗ୍ରହଣ କରିବେ । ଏଥିରେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ କୃଶଳୀ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ଆଭ୍ୟନ୍ତରୀଣ ସାଜସଜ୍ଜା, ଘର ସାଜସଜ୍ଜା ଫର୍ଣ୍ଣିଚର , ଆଣ୍ଟିକ୍ କଲେକ୍ସନ, ପେଣ୍ଟିଂ, ଜୁଲାରୀ, ଥାଇଲାଣ୍ଡ ଫୁଲ, ପୋଷାକ ପତ୍ର, ରାଜସ୍ଥାନୀ ମାର୍ବଲ୍, ଆଫଗାନିସ୍ଥାନ ଡ୍ରାଏ ଫୁଟ୍, ବାଂଲାଦେଶ ଶାଢୀ, ହାଣ୍ଡିକ୍ରାଫ୍ଟ ଓ ହ୍ୟାଣ୍ଡଲୁମ ଜିନିଷ ଇତ୍ୟାଦି ପ୍ରଦର୍ଶିତ ହେବ । ଚଳିତ ବାଣିଜ୍ୟ ମେଳାରେ ପ୍ରଥମ ଥର ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହଯୋଗରେ ଏକ ରିଅଲ ଇଷ୍ଟେଟ୍ ମେଳା ମଧ୍ୟ ଆୟୋଜିତ ହେବାକୁ ଯାଉଛି। ଏଥିରେ ବହୁ ନାମୀ ଦାମୀ ବିଲ୍ଡରମାନେ ଭାଗ ନେବା ସହ ଏହି ରିଅଲ ଇଷ୍ଟେଟ୍ ମେଳାରୁ ସମସ୍ତେ ନିଜ ନିଜର ଆବଶ୍ୟକ ମୁତାବକ ବିଭିନ୍ନ ସୁବିଧା ପାଇପାରିବେ। ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ନେବା ପାଇଁ ଏଠାରେ ଏକ ଫ୍ଲଡ୍ ଜୋର ମଧ୍ୟ ରହିବ । ଏହି ଅବସରରେ ପ୍ରତ୍ୟହ ସଂନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହେବ । ଏହି ବାଣିଜ୍ୟ ମେଳାର ସମୟ ଅପରାହ୍ନ ୨ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ରହିବ। ଆଜି ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସବିଶେଷ ସୁଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *