ରାହାଣସ୍ଥ ବାବାବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ୪୦ ବର୍ଷ ପୁର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଜୟନ୍ତୀ ପାଳନ

ଜଗତସିଂହପୁର : ସାଧାରଣ ବିଦ୍ୟାଳୟ ଗୁଡ଼ିକରୁ ହିଁ ଅସାଧାରଣ ପ୍ରତିଭା ତିଆରି ହୋଇଥାନ୍ତି | ଆଉ ସେମାନଙ୍କ ଜଗତବ୍ୟାପୀ ଯଶ ଶିକ୍ଷାନୁଷ୍ଠାନ ଗୁଡିକର ଅମୁଲ୍ୟ ସମ୍ପତ୍ତି | ତେଣୁ ତୁମେ ସେଇ ଅମୁଲ୍ୟ ସମ୍ପତ୍ତି ହେବାର ଅମାପ ସୁଯୋଗ କୁ ସତବିନିଯୋଗ କରିପାରିବ | ବାବାବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ସ୍ୱତନ୍ତ୍ର ସ୍ମୃତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡି଼ଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଡଃ. ଗଣେଶୀ ଲାଲ ପିଲାମାନଙ୍କ ଉଦ୍ୟେଶରେ ଏମିତି ବାର୍ତ୍ତା ଦେଇଛନ୍ତି | ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅଧିନ ରାହାଣସ୍ଥ ବାବାବିଦ୍ୟାଧର ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ୪୦ ବର୍ଷ ପୁର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଜୟନ୍ତୀ ଗତ ୨୮.୦୫.୨୦୨୨ ଓ ୨୯.୦୫.୨୦୨୧ ଦୁଇଦିନ ଧରି ପାଳନ ହୋଇ ଯାଇଛି । ପ୍ରଥମ ଦିନ ୨୮.୦୫.୨୦୨୨ରେ ଓଡି଼ଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଡଃ. ଗଣେଶୀ ଲାଲ ମୂଖ୍ୟ ଅତିଥିଭାବେରେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଅନ୍ୟ ସ୍ୱତନ୍ତ୍ର ଅତିଥି ଭାବରେ ଓଡି଼ଶାର ମାନ୍ୟବର ଜଳସମ୍ପଦ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମାନ୍ୟବର ଲୋକସଭା ସାଂସଦ ରାଜଶ୍ରୀ ମଲ୍ଲିକ,ମାନ୍ୟବର ଜଗତସିଂହପୁର ବିଧାନସଭା ସଦସ୍ୟ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି ପ୍ରଶାନ୍ତ କୁମାର ମୁଦୁଲି,ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗ ଦେଇ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ଉଦ୍ଦେଶ୍ୟ,ଶିକ୍ଷାର ଲକ୍ଷ୍ୟ,ମାଟିକୁ ଭଲ ପାଇବା ଉପରେ ଅଲୋକପାତ କରିଥିଲେ । ମହାମହିମ ରାଜ୍ୟପାଳ ଶିକ୍ଷାକୁ କୋମଳମତି ଛାତ୍ରଛତ୍ରୀଙ୍କ ସ୍ୱାୟତତା ଉପରେ ବିଶେଷ ଗୁତୁତ୍ୱ ଦଇ ପ୍ରଭୁ ଜଗନ୍ନାଙ୍କ ଧାମ ବିଶ୍ୱର ଦେବତା ବୋଲି ପ୍ରତିପାଦିତ କରିଥିଲେ । ଶିକ୍ଷକମାନେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଅନ୍ତରର ଭାଷା ବୁଝିବା ଓ ସେମାନଙ୍କ ସ୍ୱତନ୍ତ୍ରତା ଉପରେ ଧ୍ୟାନଦେଇ ଶିକ୍ଷାଦାନର ଆଧାର ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ପୁରାତନ ଛାତ୍ରସଂସଦର ସଭାପତି ଦିଲ୍ଲୀପ କୁମାର ଜେନା ସ୍ୱାଗତ ଭାଷଣ,ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡ଼ା ବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ମୋ’ସ୍କୁଲ ତଥା ପୋଷ୍ୟ ବିଦ୍ୟାଳୟ ଅଭିଯାନର ମେଣ୍ଟର ତଥା କବି,ସାହିତ୍ୟିକ ଓ ବରିଷ୍ଠ ପ୍ରଶାସକ ବ୍ରହ୍ମାନନ୍ଦ ବେହେରା ବିଦ୍ୟାଳୟ ସମସ୍ୟା ଉପସ୍ଥାପନ ସହ ଏହି ଅଞ୍ଚଳର ଭୌଗଳିକ ,ଏୈତିହାସିକ,ସାଂସ୍କୃତିକ ବିଶିଷ୍ଠତାକୁ ଆଲୋକପାତ କରି ବିଦ୍ୟାଳୟର ଶିକ୍ଷକ ଅଭାବ ପୁରଣ ପାଇଁ କର୍ତ୍ତୃପକ୍ଷଙ୍କୁ ନିବେଦନ ପୂର୍ବକ ବିନମ୍ର ଆଲୋକପାତ କରିଥିଲେ । ଏହି ଅବସରରେ ସଂସଦ ଦ୍ୱାରା ସ୍ମରଣିକା “ପ୍ରେରଣା” କୁ ମହାମହୀମ ରାଜ୍ୟପାଳ ଲୋକାର୍ପଣ ସହ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଉତ୍ତରୀୟ,ମାନପତ୍ର, ପୁସ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ବିଦ୍ୟାଳୟ ପରିସରରେ ସ୍ମୃତି ଫଳକକୁ ଅନାବରଣ କରିଥିଲେ ।
ସେହିପରି ଦ୍ୱିତୀୟ ଦିନ ତଥା ଉଦଯାପନୀ ଦିବସ ୨୯.୦୫.୨୦୨୨ ରେ ମୂଖ୍ୟ ଅତିଥି ଭାବରେ ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଡଃ. ଲଲାଟେନ୍ଦୁ ମହାପାତ୍ର ବିଦ୍ୟାଳୟର ବିଭିନ୍ନ ସମାସ୍ୟା ଉପରେ ଆଲୋକପାତ ପୂର୍ବକ ଶିକ୍ଷାନିତୀ ଉପରେ ବିଶେଷ ମତ ରଖିଥିଲେ । ପୂରାତନ ଛାତ୍ର ସଂସଦର ସଭାପତି ଦିଲ୍ଲୀପ କୁମାର ଜେନା ସ୍ୱାଗତ ଭାଷଣ ଦେବାପରେ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା ବିବରଣୀ ପାଠ କରିଥିଲେ ଏବଂ ମୋ’ ସ୍କୁଲ ତଥା ପୋଷ୍ୟ ବିଦ୍ୟାଳୟ ଅଭିଯାନର ମେଣ୍ଟର ତଥା କବି,ସାହିତ୍ୟିକ ଓ ବରିଷ୍ଠ ପ୍ରଶାସକ ବ୍ରହ୍ମାନନ୍ଦ ବେହେରା ବିଦ୍ୟାଳୟ ପ୍ରତିଷ୍ଠାର ଉଦ୍ଦେଶ୍ୟ ତତ୍ ପୂର୍ବବର୍ତ୍ତୀ ଶିକ୍ଷୀକ ପରିବେଶ ଓ ଅଞ୍ଚଳର ଭୌଗଳିକ ସ୍ଥିତି ବିଷୟରେ ଆଲୋକପାତ ପୂର୍ବକ ନିଜ ଅନୁଭୂତିକୁ ଛଳ ଛଳ ହୃଦୟ ଓ ସମବେଦନ ଭାବରେ ଉପସ୍ଥାପନା କରିଥିଲେ । ବାବା ବିଦ୍ୟାଧରଙ୍କ ତ୍ୟାଗ ତଥା ତାଙ୍କୁ ସହଯୋଗ କରିଥିବା ଅନେକ ଲୋକଙ୍କୁ ସାମୁହିକ ଭାବରେ କୃତଜ୍ଞତା ଜଣାଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ଶିକ୍ଷାରେ ଶିକ୍ଷକ ଓ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ପରସ୍ପର ସହବନ୍ଧିତ ହୋଇ ରହିଲେ ଶିକ୍ଷାର ଗୁଣବତ୍ତା ଓ ପିଲାମାନଙ୍କୁ ମାନସିକ ସ୍ତରରେ ଖୁବ୍ ସୁପ୍ରଭାବ ପକାଇଥାଏ ବୋଲି ମତ ରଖିଥିଲେ ଓ ଅଠର ଜଣ ଅବସରପ୍ରାପ୍ତ ଓ ବର୍ତ୍ତମାନ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଉତ୍ତରୀୟ,ମାନପତ୍ର, ପୁସ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ଆଠ ଜଣ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମେଧା ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା ।


ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ସମସ୍ତ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ସ୍କୁଲ ଦିନର ଅନୁଭୂତିକୁ ବର୍ଣ୍ଣନା କରିଥିବାବେଳେ ସଂସୃତିକ କାର୍ଯ୍ୟକ୍ରମ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ତଥା ବର୍ତ୍ତମାନ ଦିଲ୍ଲୀରେ ଅବସ୍ଥାପିତ ବେଦ ଗବେଷଣା ଓ ବେଦ ସଂସ୍ଥାନର ସହକାରୀ ନିର୍ଦ୍ଦେଶକ ଶ୍ରୀ ଦେବ କୃଷ୍ଣ ଦାଶ ଗୀତାର ମହତ୍ତ୍ୱ ଓ ନିର୍ଦ୍ଧଶ ଉପରେ ସବିଶେଷ ବ୍ୟାଖ୍ୟା କରିଥିଲେ ।
ପରି ଶେଷରେ ପୁରାତନ ଛାତ୍ର ତଥା ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପ ନିର୍ଦ୍ଦେଶକ ଶ୍ରୀ ଗଜେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ପୂର୍ବତନ ଛାତ୍ର ମିଲନ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା,ରମେଶ ଚନ୍ଦ୍ର ସ୍ୱାଇଁ,ସଞ୍ଜୟ ମହାରଣା,ବିଜୟ ବେହେରା,ସଂସଦର ଉପ-ସଭାପତି ଅମ୍ବିକା ପ୍ରସାଦ ବିଶ୍ୱାଳ,ସମ୍ପାଦକ ଅଭୟ ମାଝୀ, କୋଷାଧକ୍ଷ ବାବୁଲି ବେହେରା ପୁରାତନ ଛାତ୍ରଛାତ୍ରୀ ବିଶ୍ୱ ବିଜୟୀ ସ୍ୱାଇଁ,ଶ୍ରୀନିବାସ ବେହେରା,ଲଳିତ ସ୍ୱାଇଁ, ଗିରିଜା ଶଙ୍କର ବେହେରା,ସତ୍ୟଭାମା ସ୍ୱାଇଁ,ଲିଲ୍ଲିପ୍ରଭା ବେହେରା, ରୀନାରାଣୀ ବାରିକ,ଦେବସ୍ମିତା ବେହେରା, ଅନୁପମା ପୂହାଣ,ବାବୁରାମ ମାଝୀ, ବାବୁଲି ସ୍ୱାଇଁ,ନଳୀନିକାନ୍ତ ସ୍ୱାଇଁ ସାହାଜାହାନ,ରୂଦ୍ର, ଶୁଭ, ମୁନା, ବିଘ୍ନେଷ ଓ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳର ବୁଦ୍ଦିଜୀବୀ,ସର୍ବ ସାଧାରଣ ଏହି କାର୍ଯ୍ୟକୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *