ନାବାଳକର ଆତ୍ମହତ୍ୟା , ଅନଲାଇନ ଗେମ ପାଇଁ ଆସିବ ସ୍ୱତନ୍ତ୍ର ଆଇନ

ଭୋପାଲ: ଅନେକ ସମୟରେ ଅନଲାଇନ ଗେମ୍‌ ଛୋଟ ପିଲଙ୍କ ପାଇଁ ଘାତକସାବ୍ୟସ୍ତ ହେଉଛି। ନିକଟରେ ଏହି ଅନଲାଇନ ଗେମ ପାଇଁ ଜଣେ ୧୧ ବର୍ଷୀୟ ବାଳକ ଆତ୍ମହତ୍ୟା କରିବା ପରେ ମଧ୍ୟପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଛୋଟ ପିଲାମାନଙ୍କ ପାଇଁ ଥିବା ଅନଲାଇନ ଗେମ ଗୁଡ଼ିକୁ ଆଇନ ପରିସର ଭୁକ୍ତ କରାଯିବ। ଏଥିପାଇଁ ମଧ୍ୟପ୍ରଦେଶ ସରକାର ଖୁବଶୀଘ୍ର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବେ ବୋଲି କହିଛନ୍ତି।
ଗତ ସପ୍ତାହରେ ଭୋପାଲର ଏହି ୧୧ ବର୍ଷୀୟ ବାଳକ ଜଣଙ୍କ ଅନଲାଇନ ଗେମ୍‌ ଖେଳି ଅନେକ ଟଙ୍କା ହରାଇଥିଲେ। ଏହାପରେ ସେ ଭୟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଆଇନ ଆଣିବାକୁ ଯାଉଛନ୍ତି।
ଏହି ପ୍ରସ୍ତାବିତ ଆଇନରେ ଅଲଲାଇନ ଗେମିଂ, ଗାମ୍ବେଲିଂ ଓ ବେଟିଂକୁ ଅପରାଧ ଭାବେ ବିବେଚନା କରାଯିବ। ଆଡିକ୍ଟିଭ ଗେମ୍ସ ପ୍ରସ୍ତୁତ କରୁଥିବା ୱେବସାଇଟ ଓ ଆପ୍ଲିକେସନ ଉପରେ ମଧ୍ୟ ରୋକ ଲାଗିବ।
ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ଡ. ନରତ୍ତୋମ ମିଶ୍ରା କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଅନଲାଇନ ଗେମିଂ ପାଇଁ ଅନେକ ପିଲା ଆତ୍ମହତ୍ୟା କରୁଛନ୍ତି। ଏହାକୁ ରୋକିବା ପାଇଁ ଆମେ ଖୁବଶୀଘ୍ର ଆଇନ ଆଣିବୁ। ଗେମ୍‌ଗୁଡ଼ିକ ଆଇନ ପରିସର ଭୁକ୍ତ ହେବା ଦାରକାର ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *