ରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସରେ “ଶିଶୁ କନ୍ୟା ମାନଙ୍କର ସ୍ୱାସ୍ଥ୍ୟ’ ଶୀର୍ଷକରେ ଭର୍ଚୁଆଲ୍‌ କର୍ମଶାଳା ଆୟୋଜିତ

ଭୁବନେଶ୍ୱର : ପରିବାର, ସମାଜ ,ରାଷ୍ଟ୍ର ତଥା ସମ୍ପୁର୍ଣ୍ଣ ମାନବ ସମାଜ ର ଗଠନ ଓ ପରିଚାଳନାରେ ନାରୀମାନଙ୍କର ଅତୁଳନୀୟ ଭୂମିକା ରହିଥିଲେ ମଧ୍ୟ ନାରୀମାନେ ଜନ୍ମ ସମୟରୁ ୨ପରିଳି ଜନ୍ମ ପୂର୍ବରୁ ମଧ୍ୟ ସମାଜରେ ବିଭିନ୍ନ ପ୍ରକାର ଅବହେଳା, ଅସମାନତା ଓ କୁ ପ୍ରଥାର ଶୀକାର ହୋଇଥାଆନ୍ତି। ଭାରତୀୟ ଲୋକକଥାରେ କୁହାଯାଇଛି ଯେ ପ୍ରଥମ ପିଲାଟି କନ୍ୟା ହେଲେ ପିଡା ମାତାଙ୍କର ଆୟୁଷ ଓ ଆୟ ବୃଦ୍ଧି ହୋଇଥାଏ। ତେଣୁ ଶିଶୁ କନ୍ୟା କୁ ଘରର ଲକ୍ଷ୍ମୀ, ଓ କନ୍ୟା ରତନ ବୋଲି ମଧ୍ୟ କୁହାଯାଏ, କିନ୍ତୁ ପରିଡ଼ାପର ବିଷୟ ହେଉଛି ଶିଶୁକନ୍ୟା ଟି ପରିବାରରେହିଁ .ତାର ଶିକ୍ଷା, ସ୍ଵାସ୍ଥ୍ୟ ପୋଷଣ ତଥ ଶାନ୍ତ୍ର ଓ ସହ ପୂର୍ଣ୍ଣ ପରିବେଷ ପରି ମୌଳିକ ଅଧିକାରଗୁଡିକରୁ ବଞ୍ଚିତ ହୋଇଥାଏ ଯାହା ସମାଜ ଓ ରାଷ୍ଟ୍ରର ସାମାଜିକ ଓ ଆର୍ଥୀକ ବିକାଷରେ ନାକାରତ୍ମକ ପ୍ରଭାବ ପକାଇଥାଏ। ତେଣୁ ଶିଶୁ କନ୍ୟା ମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟ ତଥା ସମସ୍ତ ପ୍ରକାର ମାନବିକ ଅଧିକାର ର ସୁରକ୍ଷିତ କରି ସେମାନଙ୍କର ସମ୍ପୁର୍ଣ୍ଣ ବିକାଷ କସୁନିଶ୍ଚିତ କରିବା ଦିଗରେ ଜନସଚେତନତା ଜାଗରଣ କରିବା ଉଦ୍ଦେଶ୍ୟରେ ୨୦୦୮ ମସିହା ରୁ ଜାନୁଆରୀ ୨୪ ତାରିଖକୁ ରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଭୂବନେଶ୍ଵରସ୍ଥିତ ଦୁଇ ସମାଜସେବୀ ସଂସ୍ଥା ଅସ୍ଥିତ୍ଵ ଓ ପିଇସିଟି ( ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ,} ର ମିଳିତ ଆନୁକୁଲ୍ୟରେ “ଶିଶୁ କନ୍ୟା ମାନଙ୍କର ସ୍ୱାସ୍ଥ୍ୟ’ ଶୀର୍ଷକ ରେ ଏକ ଭର୍ଚୁଆଲ୍‌ କର୍ମଶାଳା ଆୟୋଜନ କରାଯାଇଥିଲା।
ଏହି କଳଶାଳାଟି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ର ସଦସ୍ୟା ସୁଶ୍ରୀ ସେହଞ୍ଜଳି ମହାନ୍ତି ଓ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ଵର, ଏକାମ୍ରକ୍ଷେତ୍ର ର ଅଧ୍ୟକ୍ଷ (ପ୍ରେସିଡେଣ୍ଟ) ଡ ଅଚୁତ। ନନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। କର୍ମଶାଳାର କୈଷୟିକ ଅଧିବେସନରେ ଭୂବନେଶ୍ୱର ର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରବା ଆର. ମେ.ଆର ସିର ବୈଜ୍ଞାନିକ ଡ଼ଶ୍ରୀକାନ୍ତ କାନୁନଗୋ, କିମସ୍ ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼. ରାଜଲକ୍ଷ୍ମୀ ମହାରଣା ଓ ଛଡ଼ିଶ୍ ଗଡ଼ ର୍ସ୍ଥିତ ନିଜ କର୍ବା ଡାକ୍ତରଖାନାର ବଳିଷ୍ଠ ପରାମର୍ ଦାତା ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡ଼. ଜ୍ୟୋତି ଶ୍ରୀବାସ୍ତଵ ଶୁକନ୍ୟାମାନଙ୍କମ୍ପାସ୍ଥିର ବିଭିନ୍ନ ଦିଗ ଗୁଡ଼ିକ ଉପରେ ଆଲୋକପାତ କରି ସ୍ଵାସ୍ଥ୍ୟ ଗତ ଅଧିକାରର ସୁରକ୍ଷା ପାଇଁ ବିଭିନ୍ନ ଉପାୟ ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ବିନିଷ୍ଟ ସାମ୍ବାଦିକ ଅନୁବ ଜାଗଶିଶୁ କନ୍ୟାମାନଙ୍କର ସୁରକ୍ଷା ଓଡ଼ିଆ ପାଉଁ ଥା ସେମାନଙ୍କର ସ୍ଵାସ୍ଥ୍ୟରେ ଉନ୍ନତି ଦିଗରେ ଗଣମାଧ୍ୟମରେ ଭୂମିକା ଉପରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ରାଜ୍ୟ ର ବିଦ୍ୟାଳୟ ଓ ବିଧବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଗ୍ରାମ ଓ ସହରର ବହୁ ପୁରୁଷ ଓ ମହିଳା ଯୌ ଦେଇଥିଲେ।
ଅସ୍ଥିତ୍ଵ ସଂସ୍ଥାର ସମ୍ପାଦିକା ଡ଼. ମମତା ଦାଶ ଏହି କର୍ମଶାଳାକୁ ସଂଚାଳନା କରିଥିବାବେଳେ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ତପଶ୍ଵିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *