୧୬ତମ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ସମାରୋହ ୨୦୨୩ : ୧୨ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ହେଲେ ସମ୍ମାନିତ

ଭୁବନେଶ୍ୱର : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣ ସମ୍ପର୍କିତ ଏକ ଜାତୀୟ ସ୍ତରର ଆଲୋଚନାଚକ୍ର ସହ ୧୬ତମ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ସମାରୋହ ୨୦୨୩ ଅନୁଷ୍ଠିତ ହୋଇ ଯାଇଅଛି | ଆଜି ସନ୍ଧ୍ୟାରେ ଜୟଦେବ ଭବନ ଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଧାନସଭାର ବିରୋଧୀଦଳ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସାମାଜିକ କର୍ମୀ ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ, ଅବସରପ୍ରାପ୍ତ ପ୍ରଶାସକ ଶ୍ରୀଯୁକ୍ତ ଅକ୍ଷୟ କୁମାର ପାଣି ମଞ୍ଚରେ ଉପସ୍ଥିତ ଥିଲେ | ଅତିଥି ମାନେ ପ୍ଲାଷ୍ଟିକ ପ୍ରଦୂଷଣର ଭୟାବହତା ସମ୍ପର୍କରେ ଅବଗତ କରିବା ସହ ଏଥି ନିମନ୍ତେ ଜନସଚେତନତା ସୃଷ୍ଟି କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନକୁ ସାଧୁବାଦ ଜଣାଇଥିଲେ | ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତି ବର୍ଷ ପରି ୧୨ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ୧୬ତମ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ୨୦୨୩ରେ ସମ୍ମାନିତ କରାଯାଇଥିଲା |

ଅନୁଷ୍ଠାନର ଚେୟାରମ୍ୟାନ ଡ଼ଃ: ବିପିନବିହାରୀ ମିଶ୍ର କାର୍ଯ୍ୟକ୍ରମର ସଭାପତିତ୍ୱ କରି ଫାଉଣ୍ଡେସନର ବିଭିନ୍ନ ସଚେତନତା ଓ ସାମାଜିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ |

ଜୀବନ ବ୍ୟାପି ସାଧନା ନିମନ୍ତେ ସମାଜସେବୀ ତଥା ବିଶିଷ୍ଟ ଉଦ୍ୟାଗପତି ଶ୍ରୀଯୁକ୍ତ ତାରିଣୀ ପ୍ରସାଦ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକତା ବିଭାଗରେ ଲକ୍ଷ୍ମୀନାରାୟଣ କାନୁନଗୋ, ସ୍ୱାସ୍ଥ୍ୟ ଭିତିଭୂମି ପାଇଁ ଜ୍ଞାନରଞ୍ଜନ ଦାଶ, ସାମାଜିକ କାର୍ଯ୍ୟପାଇଁ ଲାୟନ ତପନ ହରିଚନ୍ଦନ, ଲାୟନ ସରୋଜ କୁମାର ପଟ୍ଟନାୟକ, ଅନୁରାଧା ଦାଶ, ଆଞ୍ଚଳିକ ବିକାଶ ପରିଷଦ, ସଂଗୀତ ସାଧନା ପାଇଁ ଅନିନ୍ଦିତା ଦାଶ, ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓ. ଏ.ଏସ ହବ, ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗପାଇଁ ଯୋଗ ଫର ଆଇ ଅନୁଷ୍ଠାନର ଡ଼ ଗୌରୀ ଶଙ୍କର ଗୋସ୍ୱାମୀ, ନିରାପତ୍ତା ପାଠ୍ୟକ୍ରମର ଅନନ୍ୟ ଶିକ୍ଷାପ୍ରଦାନ ପାଇଁ ଉଦୟଚନ୍ଦ୍ର ମଲ୍ଲିକ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା |

ଲାଏନ୍ସ କ୍ଲବ ସହଯୋଗରେ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା | ତା ସହ ଶିଶୁ ପ୍ରତିଭାର ବିକାଶ ପାଇଁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଅନୁଷ୍ଠାନର ସମ୍ପାଦିକା ଡ଼ ସୁକାନ୍ତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଓଡିଶା ମୁଖ୍ୟ ରବୀନ୍ଦ୍ର ରାଉତରାୟ, ବରିଷ୍ଠ ସହଯୋଗୀ ଗୋଲକ ବିହାରୀ ସିଂ, କର୍ମକର୍ତ୍ତା ଦିବ୍ୟଜ୍ୟୋତି ସାହୁ, ଅସିତ ଗିରି, ପ୍ରିୟଦର୍ଶନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *