ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ପୁସ୍ତକ ‘କ୍ଷମତାର ଚରିତ୍ର’ ଉନ୍ମୋଚିତ

ଭୁବନେଶ୍ଵର : ଲେଖକ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ପୁସ୍ତକ ‘କ୍ଷମତାର ଚରିତ୍ର’ ଉନ୍ମୋଚିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ହୋଟେଲ ଏକ୍ସଲେନ୍ସି ଠାରେ ପ୍ରକାଶନ ସଂସ୍ଥା ଓଡିଆ ମିଡିଆ ଦ୍ଵାରା ଆୟୋଜିତ ସଭାରେ ଉପସ୍ଥିତ ସାରସ୍ଵତ ସାଧକ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଏହି ପୁସ୍ତକକୁ ଲୋକାର୍ପଣ କରିଥିଲେ । ବିଶିଷ୍ଟ ଲେଖକ ଡ଼. ହରପ୍ରସାଦ ଦାସ, ବିଶିଷ୍ଟ ସ୍ତମ୍ଭକାର ଶିଶୁ ସାହିତ୍ୟିକ ଦାଶ ବେନହୁର, ଭାସ୍କର ପରିଜା, ପୁସ୍ତକର ଲେଖକ ସୂର୍ଯ୍ୟମଣି ମିଶ୍ର, ପେନ୍ ଇନ୍ ବୁକ୍ ତଥା ଓଡ଼ିଆ ମିଡ଼ିଆର ନିର୍ଦ୍ଦେଶକ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ମଞ୍ଚାସିନ ଥିଲେ । କ୍ଷମତାର ମୋହରେ ଚରିତ୍ର ର ଦୃଢ଼ତା କିଭଳି ଟଳମଳ ହୁଏ ଏବଂ ଏହାକୁ ଜିତିପାରୁଥିବା ବ୍ୟକ୍ତି କିଭଳି ସାମାଜିକ ସ୍ଥାୟୀତ୍ବ ଲାଭ କରେ ଏହାହିଁ ପୁସ୍ତକରେ ବର୍ଣ୍ଣିତ ।

Leave a Reply

Your email address will not be published. Required fields are marked *