ସାମାଜିକ ଚଳଣିରେ ହିଁ ଥାଏ ସାହିତ୍ୟର ବାସ୍ତବ ଉପାଦାନ : ଶ୍ରୁତକ୍ରିତି ତ୍ରିପାଠୀ

ବର୍ତ୍ତମାନ ଓଡ଼ିଆ ସାହିତ୍ୟ ପ୍ରତି ଲୋକଙ୍କ ମନରେ ଆଦର ଓ ଆଦ୍ଧୃତି କ୍ଷୀଣ ହୋଇଯାଉଥିବା ବେଳେ ଏଭଳି ପରିସ୍ଥିତିରେ ଯୁବପୀଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସମ୍ବଲପୁରର ଯୁବ ଉଦୀୟମାନ ଲେଖିକା ଶ୍ରୁତକ୍ରିତି ତ୍ରିପାଠୀ । ପିଲାଟି ଦିନରୁ ଲେଖା ଲେଖିରେ ରୁଚି ରଖିବା ସହ ଗୀତ ଶୁଣିବା ଓ ପିଲା ମାନଙ୍କ ସହ ଖେଳିବାକୁ ବେଶ ଭଲ ପାଆନ୍ତି। ତେବେ ପ୍ରଥମେ ସେ ଜଣେ ପାଠିକା ଏବଂ ପରବର୍ତ୍ତୀ ସମୟରେ ସେ ପାଲଟିଗଲେ ପାଠିକାରୁ ଲେଖିକା । ଦିନେ ଖବର କାଗଜର ସମ୍ପାଦକୀୟ ପୃଷ୍ଠା ଏବଂ ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ଲେଖକ ଏବଂ ଲେଖିକାଙ୍କ ଲେଖା ତାଙ୍କୁ ପ୍ରେରଣା ଦେଇଥିଲା ସମାଜ ପାଇଁ କିଛି କରିବା ପାଇଁ । ତେବେ ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ମତ ରଖୁ ରଖୁ ସେ ପାଲଟିଗଲେ ଅନେକ ଗଳ୍ପ,କବିତା,ଉପନ୍ୟାସ ଏବଂ ଶିଶୁ ସାହିତ୍ୟର ସ୍ରଷ୍ଟା।

ସେ ସ୍କୁଲ ଏବଂ କଲେଜ ସମୟରୁ ହିଁ ସାହିତ୍ୟରେ ରୁଚି ରଖିଥିଲେ। ଲାଇବ୍ରେରୀ ରୁ ନିଜ ପାଠ୍ୟକ୍ରମ ବହି ବଦଳରେ ଗଳ୍ପ,ଉପନ୍ୟାସ ଆଦି ବହି ଆଣି ପଢୁଥିଲେ। ଧୀରେ ଧୀରେ ବହି ପଢୁ ପଢୁ ଲେଖା ଆଡକୁ ମନ ବଳାଇଥିଲେ ଆଉ ୨୦୧୭ ମସିହାରୁ ଲେଖିବା ଆରମ୍ଭ କରିଥିଲେ।ସେ ଏହାର ପ୍ରେରଣା ପତ୍ରପତ୍ରିକା,ଖବରକାଗଜ ଓ ସୋସିଆଲ ମିଡ଼ିଆର ସାହିତ୍ୟ ମାଧୁର୍ଯ୍ୟ ଗ୍ରୁପ ରୁ ପାଇଥିଲେ।ପରିବାରରେ କାହାର ଲେଖାପ୍ରତି ରୁଚି ନଥିଲେ ମଧ୍ୟ ସମସ୍ତେ ପଢ଼ାପ୍ରତି ରୁଚି ରଖିଥିଲେ ଯାହା ଆଜି ଏହି ଯୁବ ଲେଖିକାଙ୍କ ପାଇଁ ଅନେକ ମାତ୍ରାରେ ସାହାଯ୍ୟ ହୋଇଛି।

ସେ ଗଳ୍ପ,କବିତା,ଶିଶୁ ସାହିତ୍ୟ ଓ ପ୍ରବନ୍ଧ ଅନେନ ରଚନା କରି ନିଜର ତଥା ଓଡ଼ିଆ ସାହିତ୍ୟର ଭଣ୍ଡାରକୁ ପରିପୃଷ୍ଟ କରିଛନ୍ତି।ସେ ତାଙ୍କ ଲେଖା ମାଧ୍ୟମରେ ସମାଜରେ ଘଟୁଥିବା ସାମାଜିକ ଘଟଣାବଳୀ,ପାରିବାରିକ ସମ୍ପର୍କ,ଆଜିକାଲି ଯୁଗର ପ୍ରେମ ସମ୍ପର୍କ ଉପରେ ତାଙ୍କର ଦୃଷ୍ଟିଭଙ୍ଗୀ ଆଲୋକପାତ କରିବା ସହ ସେହି ଲେଖା ଗୁଡିକ କିପରି ଲୋକ ମାନଙ୍କ ଦ୍ୱାରା ଆଦୃତ ହୋଇପାରିବ, ଓଡ଼ିଆ ସାହିତ୍ୟିକ ମୂଲ୍ୟକୁ କିପରି ବୁଝିବେ, ଓଡିଆ ଭାଷା ପ୍ରତି କିପରି ଉତ୍ସାହିତ ହେବେ ଓ ସମାଜରେ କିପରି ସ୍ୱେଚ୍ଛା ଚାରିତା ଆସିପାରିବ ତାହା ପ୍ରତି ସେ ବେଶ ଯତ୍ନବାନ।ତାଙ୍କ ‘ଘର ବାହୁଡା’ ଗଳ୍ପରୁ ଏହାର ନିଦର୍ଶନ ମିଳେ।
ସେ ଗୌରହରି ଦାସ,ଗାୟତ୍ରୀ ସରାବ,ଯଶୋଧାରା ମିଶ୍ରଙ୍କ ଲେଖା ବହୁତ ପସନ୍ଦ କରନ୍ତି।
୨୦୨୧ରେ ତାଙ୍କର ପୁସ୍ତକ “ରଙ୍ଗ ତୁଳୀର ଜୀବନ “ପ୍ରକାଶ ପାଇଥିବା ବେଳେ କୋରନା କଟକଣା ପାଇଁ ଏହା ଆଡମ୍ବର ସହିତ ନ ହୋଇଥିଲେ ମଧ୍ୟ ଏହା ରାଜ୍ୟପାଳଙ୍କ ହାତରେ ଲୋକାର୍ପିତ ହୋଇଥିଲା। ଏହି ରଙ୍ଗ ତୁଳୀର ଗଳ୍ପରେ ମୋଟ ଏଥିରେ ମୋଟ ୨୯ଟି ଗଳ୍ପ ରହିଛି।ଏହି ଗଳ୍ପରେ ସେ ସାମାଜିକ,ପାରିବାରିକ,ପ୍ରେମ,ରାଜନୀତି ଓ ବାତ୍ୟା ସମ୍ପର୍କିତ ଇତ୍ୟାଦି ବିଷୟବସ୍ତୁ ସ୍ଥାନିତ କରିଛନ୍ତି । ଆଗକୁ ସେ ପ୍ରବନ୍ଧର ସଂକଳନ କରିବାକୁ ଇଛୁକ ଅଛନ୍ତି।

ପ୍ରସ୍ତୁତି : ପ୍ରତୀକ୍ଷା ପ୍ରିୟଦର୍ଶିନୀ

Leave a Reply

Your email address will not be published. Required fields are marked *