ଶପଥପାଠ ଉତ୍ସବ ଏବଂ ଶିକ୍ଷାନୀତିର ବ୍ୟବସ୍ଥା ଉପରେ ଆଲୋଚନା ଅନୁଷ୍ଠିତ

ଭୁବନେଶ୍ୱର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଶପଥପାଠ ଉତ୍ସବ ଏବଂ ଶିକ୍ଷାନୀତିର ବ୍ୟବସ୍ଥା ଉପରେ ଆଲୋଚନା ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ହୋଟେଲ ପାରାଡ଼ାଇଜରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ସର୍ବଭରିତୀୟ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ସଚିବ ଶ୍ରୀଯୁକ୍ତ କମଳା ତ୍ରିପାଠୀ ,ମୁଖ୍ୟ ବକ୍ତା ଦାସ ବେନହୁର ,ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା ଯୁବକ ନିର୍ଦେଶକ ଧ୍ରୁବ ଚରଣ ପରିଡା ଏବଂ ପୂର୍ବତନ ବାଲିପାଟଣା ବ୍ଲକ ଅଧକ୍ଷ ପ୍ରଶାନ୍ତ ଆଦିତ୍ୟ ଯୋଗ ଦେଇଥିଲେ | ଏଥିରେ ଶିକ୍ଷକ ମାନଙ୍କର ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଓ ସମସ୍ୟାକୁ ଯଥାଶୀଘ୍ର ସରକାରଙ୍କ ପାଖରେ ପହଞ୍ଚାଇବାକୁ ନିଷ୍ପତି ନିଆଯାଇଥିଲା | ନିର୍ବାଚିତ ସଭାପତି ଓ ସମ୍ପାଦକ ସମସ୍ତେ ଏକାଠି ହୋଇ ଚାଲିବାକୁ ଅନୁରୋଧ କରିବାସହ ଏକତା ହିଁ ବଳ ବୋଲି କହିଥିଲେ | ଏହି ଅବସରରେ ଭୁବନେଶ୍ୱରର ବରିଷ୍ଟ ସାମ୍ବାଦିକ ସନ୍ତୋଷକୁମାର ସେନାପତିଙ୍କୁ ସମ୍ମାନିତ କରାଯାଇଥିଲା |

Leave a Reply

Your email address will not be published. Required fields are marked *