ସମାଜସେବୀ ଡ଼କ୍ଟର.ସୁକାନ୍ତୀ ମିଶ୍ର ଶ୍ରୀମତୀ କଳିଙ୍ଗ ପ୍ରତିଭା ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ଵାରା ରାଜ୍ୟସ୍ତରୀୟ “ପ୍ରକୃତି ମିତ୍ର ” ସମ୍ମାନରେ ଅଧିକାରିଣୀ ତଥା ବିଶିଷ୍ଟ ସମାଜସେବୀ ଡ଼କ୍ଟର.ସୁକାନ୍ତୀ ମିଶ୍ର ଶ୍ରୀମତୀ କଳିଙ୍ଗ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି | ସ୍ଥାନୀୟ ଜୟଦେବ ଭବନ ଠାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବୀଣାପାଣି ନାଟ୍ୟ ସଂସ୍ଥା ଦ୍ଵାରା ଆୟୋଜିତ ଏକ ଭବ୍ୟ ସମାବେଶର ଏହି ସମ୍ମାନ ପ୍ରଦାନ କରାଯାଇଛି | ଡ଼କ୍ଟର.ସୁକାନ୍ତୀ ମିଶ୍ର ସୂର୍ଯ୍ୟ କ୍ଷେତ୍ର ଫାଉଣ୍ଡେଶନ ନାମକ ଏକ ଜାତୀୟ ସ୍ତରର ସମାଜସେବା ଅନୁଷ୍ଠାନ ଗଠନ କରି ଶିକ୍ଷା ,ସ୍ୱାସ୍ଥ୍ୟ ,ମହିଳା ସଶକ୍ତିକରଣ ଓ ପରିବେଶ ସୁରକ୍ଷା ପାଇଁ ଉତ୍ସର୍ଗୀତ ଭାବେ କାର୍ଯ୍ୟ କରି ଆସୁଛନ୍ତି | ଡ଼କ୍ଟର ମିଶ୍ର ସମ୍ପ୍ରତି ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଜାତୀୟ ଉପସଭାପତି ରହିଛନ୍ତି |ଏତତବ୍ୟତୀତ ଜଳ ସଂରକ୍ଷଣ ଓ ବୃକ୍ଷ ରୋପଣ ପାଇଁ ପ୍ରୋଜେକ୍ଟ ସବୁଜିମା ,ଆଦିବାସି ମହିଳାମାନଙ୍କ ସଶକ୍ତିକରଣ ପାଇଁ ପ୍ରୋଜେକ୍ଟ ସୁରଭି ,ଵନ୍ୟଜନ୍ତୁ ସଂରକ୍ଷଣ ପାଇଁ ପ୍ରୋଜେକ୍ଟ ସୁରକ୍ଷା ହାତକୁ ନେଇଛନ୍ତି |

Leave a Reply

Your email address will not be published. Required fields are marked *