ଟି. ରବି କୁମାର ପାତ୍ରଙ୍କୁ ଷ୍ଟାର ପ୍ରେସିଡ଼େଣ୍ଟ ସମ୍ମାନ

ଭୁବନେଶ୍ୱର : ଲାୟନ୍ସ କ୍ଲବ ପକ୍ଷରୁ କୋଲକତାଠାରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଭୁବନେଶ୍ବର ନୟାପଲ୍ଲୀ ଲାୟନ୍ସ କ୍ଲବର ସଭାପତି ଲାୟନ ଟି. ରବି କୁମାର ପାତ୍ର ଷ୍ଟାର ପ୍ରେସିଡ଼େଣ୍ଟ ୨୦୨୨-୨୩ ସମ୍ମାନ ପାଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ୩୨୨ର ୧୪ଟି ଜିଲ୍ଲା ଗଭର ଓ ସଭାପତିମାନେ ଯୋଗ ଦେଇଥିଲେ । ୩୨୨ସି୪ ତରଫରୁ ଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକ ଓ ପି.ଆର.ଓ ଲାୟନ ପରଭେଜ ଖାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲାର ୪୬ଟି କ୍ଲବ ମଧ୍ୟରେ ଭୁବନେଶ୍ବର ନୟାପଲ୍ଲୀ କ୍ଲବର ସଭାପତି ଲାୟନ ଟି. ରବି କୁମାର ପାତ୍ର ଓ ଜୟପୁର ଲାୟନ୍ସ କ୍ଲବର ସଭାପତି ଲାୟନ କି. ବସନ୍ତ ରାଓ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିଲେ । ଲାୟନ୍ କ୍ଲବର ଅନ୍ତର୍ଜାତୀୟ ସଭାପତି ବ୍ରେନ୍ ଶିହାନ୍‌ ଏବଂ ଅନ୍ତର୍ଜାତୀୟ ୩ୟ ଇଣ୍ଟର ନ୍ୟାସନାଲ ପ୍ରେସିଡ଼େଣ୍ଟ ଲାୟନ ଏ.ପି. ସିଂହ ଭୁବନେଶ୍ବର କ୍ଲବ ସଭାପତି ରାୟନ ଶ୍ରୀ ପାତ୍ର ଓ ଜୟପୁର କ୍ଲବ ସଭାପତି ଲାୟନ ଶ୍ରୀ ରାଓଙ୍କୁ ୨୦୨୨–୨୩ ଷ୍ଟାର ପ୍ରେସିଡ଼େଣ୍ଟ ପ୍ରଦାନ କରିଥିଲେ । ଏହି ସମ୍ମାନ ପାଇବା ପରେ ଲାୟନ ଶ୍ରୀ ପାତ୍ରଙ୍କୁ ବହୁ କ୍ଲବର ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *