ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଆସିଷ୍ଟାଣ୍ଟ୍‌ ମ୍ୟାନେଜର ମନୋଜ ଲେଙ୍କାଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଇଡକୋ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘର ଉପରେ ଆଜି ସକାଳୁ ରେଡ ହୋଇଛି । ଘର, ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ଏକକାଳୀନ ଚଢଉ ହେଉଥିବା ବେଳେ ୨ ଡିଏସପିଙ୍କ ସମେତ ୧୦ ଇନ୍ସପେକ୍ଟର ଏଥିରେ ସାମିଲ ହୋଇଛନ୍ତି।

ମନୋଜଙ୍କର ଭୁବନେଶ୍ୱର କୋରଡକଣ୍ଟା ଓ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଥିବା ଦୁଇଟି ତିନି ମହଲା ବିଲ୍ଡିଂ ଉପରେ ରେଡ୍ ହେଉଛି । ଏଥିସହ ଭୁବନେଶ୍ୱର ଅଫିସ, ପୁରୀରେ ଥିବା ଫ୍ଲାଟ୍, ଉତ୍ତରାଛକରେ ଥିବା ଏକ ମାର୍କେଟ କମ୍ପେକ୍ସ, ନିଳାଦ୍ରୀନଗରରେ ଥିବା ଘର ଉପରେ ମଧ୍ୟ ରେଡ୍ ଚାଲିଛି । ତେବେ ସମୁଦାୟ ମନୋଜ କେତେ ସମ୍ପତ୍ତି, ସୁନାଗହଣା ଆଦି ଠୁଳ କରିଛନ୍ତି, ତାହା ଚଢାଉ ଶେଷ ହେବା ପରେ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *