କଟକ ଜିଲ୍ଲା ତିଗିରିଆ ଥାନା ନୂଆସଡ଼କ ଛକରେ ଦୁର୍ଘଟଣା; ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ୪ ଜଣଙ୍କ ମୃତ୍ୟୁ

ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ତିଗିରିଆ ଥାନା ନୂଆସଡ଼କ ଛକରେ ଆଜି ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମୃତକମାନେ ହେଲେ ବିନ୍ଧାଣିମାର ଚନ୍ଦନ ଖଟୁଆ, ସୁବାସ ବେହେରା, ବାଣେଶ୍ୱରପଡ଼ାର ବାବୁଲି ରାଉତ ଓ ଅଭିମାନପୁରର ସିଲୁ ପୁଷ୍ଟି। ଗୁରୁତର ଆହତ ଜଣଙ୍କ ହେଉଛନ୍ତି ନୂଆପାଟଣାର ଦୀପକ ସାହୁ। ୫ ଜଣ ଯାକ ସାଙ୍ଗ ଓ ସେମାନେ ବୁଲିବାକୁ ଆସିଥିଲେ।

ଦୁର୍ଘଟଣା ପରେ ସମସ୍ତେ କାର ଭିତରେ ଚାପି ହୋଇରହିଥିଲେ। ତିଗିରିଆ ଅଗ୍ନିଶମ ବିଭାଗ ସହ ତିଗିରିଆ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଦୀପକ ସାହୁଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *