‘ଭାରତ ମାତାଙ୍କ ସୁଯୋଗ୍ୟ ସନ୍ତାନ ଏକୋଇଶି ଜଣ ପରମବୀର’ ପୁସ୍ତକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ବର : ଭାରତମାତାଙ୍କ ସୁଯୋଗ୍ୟ ସନ୍ତାନ ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ଉପରେ ଲେଖାଯାଇଥିବା ପୁସ୍ତକ ‘ଭାରତ ମାତାଙ୍କ ସୁଯୋଗ୍ୟ ସନ୍ତାନ ଏକୋଇଶି ପରମବୀର’ ଆଜି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକ ସମ୍ବନ୍ଧରେ ସବିଶେଷ ସୂଚନା ଦେଇ ଏହାର ଲେଖକ ପୂର୍ବତନ ADG, BSF ତଥା ରକ୍ଷା ବିଶେଷଜ୍ଞ ଶ୍ରୀ ପ୍ରଭାସ କୁମାର ମିଶ୍ର କହିଛନ୍ତି ଯେ, ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଏହି ଯୋଦ୍ଧାମାନଙ୍କ ବୀରଗାଥା ସମ୍ପର୍କରେ ଓଡ଼ିଶାବାସୀ ଜାଣିବା ସହ ଆଗାମୀ ପିଢ଼ି ଏଥିରୁ ପ୍ରେରଣା ପାଇବେ । ବର୍ତମାନ ପର୍ଯ୍ୟନ୍ତ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପାଇଥିବା ୨୧ ଜଣ ଯୋଦ୍ଧାଙ୍କ ବିଷୟରେ ସୁନ୍ଦର କବିତା ମାନ ଏଥିରେ ସ୍ଥାନ ପାଇଛି, ଯାହା ପାଠକଙ୍କ ହୃଦୟରେ ଦେଶଭକ୍ତିର ଭାବନାକୁ ଉଦବେଳିତ କରିବ ନିଶ୍ଚୟ । ଏହି ପୁସ୍ତକ ଲେଖିବାରେ ବହୁ କବି, ଲେଖକ, ବୁଦ୍ଧିଜୀବୀ ଙ୍କ ସହଯୋଗ ରହିଛି । ହିନ୍ଦୀ ଭାଷାରେ ମଧ୍ୟ ଏହା ରାଷ୍ଟ୍ର ଭାଷା ପ୍ରସାର ସମିତି ଦିଲ୍ଲୀ ଠାରେ ଉନ୍ମୋଚିତ ହୋଇସାରିଛି । ପ୍ରାୟ ଏକ ବର୍ଷ ହେବ ଏହି ପୁସ୍ତକ ଲେଖିବାରେ ଆପ୍ରାଣ ଉଦ୍ୟମ ଆଜି ସାର୍ଥକ ହୋଇଛି ଏବଂ ଏହା ଓଡିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଲେ ଶ୍ରମ ସାର୍ଥକ ହେବ ବୋଲି ଲେଖକ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *