ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲ୍ୱିମାଞ୍ଜରୋ ପର୍ବତ ଆରୋହଣ କଲେ ମଧୁସ୍ମିତା

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୂର ସହର ଗୋସାଣି ନୁଆଗାଁ ନିବାସୀ ମଧୁସ୍ମିତା ପାତ୍ର 12.2.23 ସକାଳ 7.05 ରେ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲ୍ୱିମାଞ୍ଜରେ (5,895ମି ) କୁ ସଫଳତର ସହ ଆରୋହଣ କରିଛନ୍ତି | ସୂଚନାଥାଉକି, ମଧୁସ୍ମିତା ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ ଅଟନ୍ତି | ସେ 2022 ରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଳୟ ପର୍ବତାରୋହଣ ସଂସ୍ଥା ଏଚଏମ ଆଇ ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ କରିଛନ୍ତି | ପରବର୍ତୀ ସମୟରେ ସେ ମାଉଣ୍ଟ ରେନକ , ଚାଦର ,କେଦାରକଣ୍ଟ ଆଦି ଚଢ଼ିଥିଲେ | ପ୍ରତେକଦିନ ପ୍ରାୟ 5ରୁ 7 ଘଣ୍ଟା ପାହାଡ ଚଢି ଆଗକୁ ପ୍ରତ୍ୟକ ଆଗକୁ ପ୍ରତ୍ୟକ କ୍ୟାମ୍ପରେ ରାତ୍ରିଯାପନ କରି ଶେଷରେ 12,2,2023 ରେ ମଧୁସ୍ମିତା ବେସକ୍ୟାମ୍ପରେ ପହଞ୍ଚିଥିଲେ | ସେଠାରେ କିଛି ଘଣ୍ଟା ବିଶ୍ରାମ ନେବାପରେ ରାତ୍ର 12 ଟା ସମୟରେ ନିଜ ସହ ସେ କିଲ୍ୱିମାଞ୍ଜରେ ଅନ୍ତିମ ଅରୋହଣରେ ବାହାରିଥିଲେ | 13.2.2023 ସକାଳ 7.05 ସମୟରେ ସୁଶ୍ରୀ ପାତ୍ର କିଲ୍ୱିମାଞ୍ଜରେ ଶିଖରରେ ( ଯାହା ଉହୁର ପିକ ଭାବେ ଜଣା ) ପହଞ୍ଚି ନିଜ ଦେଶର ଜାତୀୟ ପତକା କୁ ଉଡ଼ାଇଥିଲ | ବେସ କିଛି ସମୟ ଶିଖରରେ ରହିବା ପରେ ପୁନର୍ବାର ବେସକ୍ୟାମ୍ପ ଦେଇ ତଳକୁ ଓଲେହିଥିଲେ |

ମିଳିଥିବା ସୂଚନା ଅନୁସାରେ ସୁଶ୍ରୀ ପାତ୍ର 17.2.2023 ସକାଳ 10 ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିବେ | ମଧୁସ୍ମିତା ପାତ୍ର ପୂର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର ,ମାତା ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠ କନ୍ୟା ଅଟନ୍ତି | ସେ ବର୍ତ୍ତମାନ କମ୍ପୁଟର ଇଞ୍ଜିନିୟର ଭାବେ ଟିସିସି କମ୍ପାନୀ ଚେନ୍ନାଇରେ କାର୍ଯ୍ୟରତ ଅଛନ୍ତି | ଆଗାମୀ ଦିନରେ ସୁଶ୍ରୀ ପାତ୍ର ଅନ୍ୟ ମହାଦେଶର ଉଚତ୍ତମ ପାହାଡ ଏବଂ ବିଶ୍ୱର ଉଚତ୍ତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଅରୋହଣର ଲକ୍ଷ ରଖିଛନ୍ତି |

Leave a Reply

Your email address will not be published. Required fields are marked *