ବ୍ରହ୍ମପୁର ଗୋପାଳପୁର ମାଣ୍ଡିଆପଲ୍ଲୀ ଗାଁରେ କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ; ୩ ଜଣ ମୃତ, ୧୨ଜଣ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ମାଣ୍ଡିଆପଲ୍ଲୀ ଗାଁ ନିକଟରେ ଏକ ତେଲୁଗୁ ବାହାଘର ରୀତି ଅନୁସାରେ କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ଏହି ଦୁର୍ଘଟଣା ଘଟିଛି। ଜାଣିବାକୁ ମିଳିଛି ଯେ କନ୍ୟାଯତ୍ରୀଙ୍କୁ ବାଟବରଣ କରିବା ପାଇଁ ଲୋକ ରୁଣ୍ଡ ହୋଇଥିବା ବେଳେ ଏକ ସ୍କର୍ପିଓ ଆସି ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ସ୍ପର୍ପିଓ ଚଢ଼ିଯିବା ପରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି।

ମୃତକମାନେ ହେଲେ ଲାଞ୍ଜିପଲ୍ଲୀ ଅଞ୍ଚଳର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ,ଭାରତୀ ରେଡ଼ି(ବୟସ ୧୨)। ସମସ୍ତ ଆହତମାନଙ୍କୁ ଏବେ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ମୃତକ ଲାଞ୍ଜିପଲ୍ଲୀ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *