ଆରମ୍ଭ ହେଲା ଯୁକ୍ତ ୨ ପ୍ରଥମ ବର୍ଷ ଅଫଲାଇନ ପାଠପଢା।

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କ୍ୟାମ୍ପସ ଚଳ ଚଞ୍ଚଳ ହୋଇ ଉଠିଛି। ଆରମ୍ଭ ହୋଇଛି ଯୁକ୍ତ୨ ପ୍ରଥମ ବର୍ଷ ଅଫଲାଇନ ପାଠପଢା। ପ୍ରଥମ ଦିନରେ କଲେଜରେ ଇଣ୍ଡକ୍ସନ କ୍ଳାସ ଆୟୋଜିତ ହୋଇଛି।

କରୋନା ମହାମାରୀ ସମୟରେ ସ୍କୁଲ କଲେଜ ଖୋଲିବା ଚ୍ୟାଲେଞ୍ଜ ପାଲଟିଛି। ଏସବୁ ମଧ୍ୟରେ ଏକାଦଶ ପିଲାମାନଙ୍କ ପାଇଁ ଅଫଲାଇନରେ କଲେଜ ଆରମ୍ଭ ହୋଇଛି। ପ୍ରଥମ ଦିନରେ କଲେଜ ତରଫରୁ ପିଲାମାନଙ୍କ ପାଇବ ଇଣ୍ଡକ୍ସନ କ୍ଲାସ ଆୟୋଜନ ହୋଇଥିଲା। ଅଧିକାଂଶ କଲେଜର ଅଧ୍ୟକ୍ଷ କଲେଜ ପରିସର ବୁଲି ନୂଆ ପିଲାଙ୍କ ସହ ମିଶିଛନ୍ତି। ଅନେକ ଦିନ ପରେ ସ୍କୁଲ କୁ ଫେରି ଉତ୍ସାହିତ ଛାତ୍ରଛାତ୍ରୀ।

ଗଣଶିକ୍ଷା ବିଭାଗର ଗାଇଡ଼ଲାଇନ ଅନୁଯାୟୀ ଇଣ୍ଡକ୍ସନ କ୍ଳାସରେ ପିଲାଙ୍କୁ ଦିଆଯାଇଥିଲା କ୍ୟାମ୍ପସ ସମ୍ବନ୍ଧିତ ସୂଚନା। ସିଲାଵସ, ୟୁନିଫର୍ମ ଓ ସି.ଏଚ.ଏସ.ଇ ର ନୂଆ ଫର୍ମାଟ ପରୀକ୍ଷା ନେଇ ଅବଗତ କରାଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହେବ ପାଠପଢା। ତେବେ ବିଗତ ବର୍ଷ ମାତ୍ର ୮୦ଦିନ କ୍ଳାସ ହୋଇଥିବାବେଳେ ବାକି ଅନଲାଇନରେ ହୋଇଥିଲା ପାଠପଢା। ଏବର୍ଷ ଅଫଳାଇନ କ୍ଳାସକୁ ନେଇ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ।
ଆସନ୍ତାକାଲି ଠାରୁ ବିଧିବଦ୍ଧ ଆରମ୍ଭ ହେବ ପାଠପଢା। ଯେଉଁମାନେ ସ୍କୁଲ ଆସିବେ ନାହିଁ ସେମାନେ ୟୁଟ୍ୟୁବ ଲାଇଭ କ୍ଳାସରୁ ପଢି ପାରିବେ। ପୂର୍ବ ପରି ଜାରି ରହିବ ଅନଲାଇନ କ୍ଳାସ

Leave a Reply

Your email address will not be published. Required fields are marked *