ଜାଣିଶୁଣି କରୋନାରେ ସଂକ୍ରମିତ ହୋଇଥିବା କଣ୍ଠଶିଳ୍ପୀ ହାନା ହୋର୍କାଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ଟିକା ଉପରେ ଭରସା କରୁ ନଥିବା (ଆଣ୍ଟି-ଭ୍ୟାକ୍ସ) ଚେକ ଗଣରାଜ୍ୟର ପ୍ରସିଦ୍ଧ ଗାୟକ ହାନା ହୋର୍କା କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ସେ ଦେଶର ସ୍ୱାସ୍ଥ୍ୟ ପାସ୍ ପାଇଁ ଉଦ୍ଦେଶ୍ୟମୂଳକ ଭାବେ କରୋନାରେ ନିଜକୁ ସଂକ୍ରମିତ କରାଇଥିଲେ। ହାନାଙ୍କ ପୁଅ ଜାନ ରେକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହାନା ରବିବାର ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।ଖ୍ରୀଷ୍ଟମାସ ପୂର୍ବରୁ ତାଙ୍କ ସ୍ୱାମୀ ଓ ପୁଅ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଉଭୟ ଟିକା ନେଇଥିବାରୁ ବେଶୀ ଗୁରୁତର ହୋଇ ନଥିଲେ। ସ୍ୱାମୀ ଓ ପୁଅ ପଜିଟିଭ ହୋଇଥିବା ସତ୍ତ୍ୱେ ଟିକା ନେଇ ନଥିବା ହାନା ସେମାନଙ୍କ ସହ ସ୍ୱାଭାବିକ ଭାବେ ସମୟ କାଟିଥିଲେ। ଏହି ସମୟରେ ସେ ଜାଣିଶୁଣି ନିଜକୁ କରୋନା ଦ୍ୱାରା ସଂକ୍ରମିତ କରାଇଥିଲେ। ଏହାପରେ ସେ ଗୁରୁତର ହେବା ସହ ରବିବାର ସବୁଦିନ ପାଇଁ ଆଖି ବୁଜିଛନ୍ତି।

ମୃତ୍ୟୁର ଦୁଇ ଦିନ ପୂର୍ବରୁ ହାନା ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ “ମୁଁ ବଞ୍ଚିଛି। ମୁଁ ସଂକ୍ରମିତ। ସୁସ୍ଥ ହେବା ପରେ ମୁଁ ଥିଏଟର, ବିଭିନ୍ନ କାର୍ଯ୍ୟକ୍ରମ, ବାର ଓ କ୍ଲବକୁ ଯିବା ପାଇଁ ପାସ୍ ପାଇବି। ଏଥିସହ ସମୁଦ୍ରରେ ମଧ୍ୟ ଭ୍ରମଣ କରିବି।”ରେକ କହିଛନ୍ତି, “ଟିକା ବିରୋଧରେ ଆନ୍ଦୋଳନ କରୁଥିବା ନେତାମାନେ ମୋ ମା’ଙ୍କୁ ଏହା ବିରୋଧରେ ଉସକାଇଥିଲେ। ସେ ପରିବାର ଲୋକଙ୍କ ଅପେକ୍ଷା ସେମାନଙ୍କ କଥାକୁ ଅଧିକ ବିଶ୍ୱାସ କରି ଟିକା ନେଇ ନଥିଲେ।”

Loading

Leave a Reply

Your email address will not be published. Required fields are marked *