ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବା ଲକ୍ଷ୍ୟ ସହ ଦିତୀୟ ଡୋଜ ଟିକା ନେଇ ନଥିବା ଲୋକଙ୍କୁ ବାରମ୍ବାର କରାଯାଉଛି ମେସେଜ

ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବା ଲକ୍ଷ୍ୟ ରହିଛି । ବ୍ରହ୍ମପୁର ଓ ଭୁବନେଶ୍ବର ମହାନଗର ନିଗମରେ ୧୦୦% ପ୍ରଥମ ଡୋଜ ଟିକାକରଣ ହୋଇଛି । ରିଆମାଳ, ଟିକାବାଲି, ରାଇକିଆ, ଜି ଉଦୟଗିରି, ବେଳଗୁଣ୍ଠାରେ ୧୦୦% ପ୍ରଥମ ଡୋଜ ଟିକାକରଣ , ୩୫୪୦ଟି ଗାଁରେ ବି ୧୦୦% ପ୍ରଥମ ଡୋଜ୍‌ ଟିକାକରଣ ହୋଇଛି । ଦିତୀୟ ଡୋଜ ଟିକା ନେଇ ନଥିବା ଲୋକଙ୍କୁ ବାରମ୍ବାର ମେସେଜ କରାଯାଉଛି । କାମରେ ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କୁ ପୁରସ୍କୃତ କରାଯାଉଛି । ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ଲୋକଙ୍କୁ ଘରେ ଟିକା ଦିଆଯାଉଛି । ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡି ଅଛି ।

Leave a Reply

Your email address will not be published. Required fields are marked *