ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସହାୟତା କରିବ ନିର୍ଯ୍ୟାତିତ ମାନବ ସହାୟତା ସଂଗଠନ

ଭୁବନେଶ୍ୱର: ସମାଜରେ ଦିନକୁ ଦିନ ବରିଷ୍ଠ ନାଗରିକଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ନିଜ ଜନ୍ମକଲା ପୁଅ, ବୋହୁ ଓ ରକ୍ତ ସମ୍ପର୍କୀୟ ମାନଙ୍କଠାରୁ ତ କେତେବେଳେ ଥାନା ପୋଲିସ, ସରକାରୀ ଅଫିସ କର୍ମଚାରୀଙ୍କ ଠାରୁ ଘୋର ଅସହାୟତା ଓ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ସାମାଜିକ ଓ ଆଇନଗତ ସୁରକ୍ଷା ଯୋଗାଇଦେବା ଓ ସମାଜରେ ଏକ ମର୍ଯ୍ୟାଦାପୂର୍ଣ୍ଣ ବାର୍ଦ୍ଧକ୍ୟ ବଞ୍ଚିବାରେ ସହାୟତା କରିବା ପାଇଁ ନିର୍ଯ୍ୟାତିତ ମାନବ ସହାୟତା ସଂଗଠନ ପକ୍ଷରୁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ଆଜି ଏ ନେଇ ସଂଗଠନ ପକ୍ଷରୁ ଆୟୋଜିତ ଏକ ବୈଠକରେ ଭୁବନେଶ୍ୱର ଓ ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରାୟ ପଚାଶରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ଅନ୍ୟାନ୍ୟ ବର୍ଗର ଲୋକମାନେ ଯୋଗଦେଇଥିଲେ ।
ବରିଷ୍ଠ ନାଗରିକ ମାନଙ୍କୁ ଆବଶ୍ୟକ ପଡୁଥିବା ସବୁ ପ୍ରକାର ସହାୟତା ପ୍ରଦାନ ପୂର୍ବକ ଆଗାମୀ ଦିନରେ ସାରା ରାଜ୍ୟରେ ଅନୁଷ୍ଠାନ ତାର କାର୍ଯ୍ୟ ବ୍ୟlପକଭାବେ ହାତକୁ ନେବାପାଇଁ ବୈଠକରେ ସ୍ଥିର କରାଯାଇଥିଲା । ମାଷ୍ଟରକ୍ୟlଣ୍ଟିନ ସ୍ଥିତ ବୁଲନ ଭାଇ ସେବାସଦନ ଠାରେ ଆୟୋଜିତ ଏହି ବୈଠକରେ ସାମାଜିକ କର୍ମୀ ଉମେଶ ଚନ୍ଦ୍ର ଦାସ ଓ ସୁବ୍ରତ କୁମାର ରଥଙ୍କ ଆହ୍ବାନ କ୍ରମେ ଅଲେଖ ଚନ୍ଦ୍ର ଜେନା, ଅରୁଣ କୁମାର ସ୍ବାଇଁ, ଚନ୍ଦ୍ର ଶେଖର ସାମଲ, ନାରାୟଣ ଲେଙ୍କା, ଏସ୍ ଭି ସ୍ବାମୀ, ନିରୋଦ କୁମାର ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *