କମିସନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା

୬ ମାସ ତଳେ ଟ୍ବିନସିଟିରୁ ୨୪୧ ଜଣ ନାବାଳିକା ଉଦ୍ଧାର ହୋଇଥିଲେ । ‘୨୯୫ ଅପହରଣ ଅଭିଯୋଗ ତଦନ୍ତ ଶେଷ କରିଥିଲୁ, ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ଲୋକଙ୍କୁ ସଚେତନ କରିବୁ’ । ସ୍କୁଲ ଓ କଲେଜଗୁଡ଼ିକରେ ସଚେତନତା କାର୍ମଶାଳା କରାଯିବ। ‘ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ ପାଇଁ ପୋଲିସର ହେଳ୍ପ ଲାଇନ୍‌ ନମ୍ବର 2545445 ଜାରି ହେଲା । ଅପହରଣ ହେଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ। ପ୍ରତିବର୍ଷ ଭୁବନେଶ୍ବରରେ ୩୦୦ରୁ ୩୫୦ଟି ଅପହରଣ ମାମଲା ରୁଜୁ ହେଉଛି । ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକା ମାନଙ୍କୁ ଅପହରଣ କରାଯାଉଛି ।

Leave a Reply

Your email address will not be published. Required fields are marked *