ଓଡିଶାର କସମେଟିକ ବ୍ରାଣ୍ଡ କୁ ବିଶ୍ଵ ଦରବାରରେ ସ୍ବତନ୍ତ୍ର ପରିଚୟ ଦେବା ଲକ୍ଷ୍ୟରେ ଶାଶ୍ଵତ

ବର୍ତ୍ତମାନର ସମୟରେ ଯୁବପିଢି ଏବଂ ମହିଳାମାନେ ନିଜର ରୂପଚର୍ଯ୍ୟା ତଥା ମେକଅପ୍ କୁ ନେଇ ବେଶ୍ ସଚେତନ। ପକେଟ୍ ସୁଲଭ ମୂଲ୍ୟରେ କିପରି ଭଲ ଜିନିଷ ପାଇପାରିବେ ସେଥିପାଇଁ ବିଭିନ୍ନ ବ୍ରାଣ୍ଡ ଉପରେ ସମସ୍ତଙ୍କ ନଜର। ଥରେ ଭାବନ୍ତୁ ତ ଆପଣଙ୍କୁ ଯଦି ସୁଲଭ ମୂଲ୍ୟରେ ଏବଂ ଉତ୍ତମ ଗୁଣବତ୍ତା ସମ୍ପନ୍ନ ମେକଅପ୍ ଜିନିଷ ମିଳେ ତେବେ ଆପଣ କଣ କରିବେ?

ସୁଦ୍ଧ ଗୁଣବତ୍ତା ସହ ଉଚିତ୍ ମୂଲ୍ୟରେ ନେଲ୍ ପଲିସ୍,ଲିପଷ୍ଟିକ, ସିନ୍ଦୂର୍ ଆଦିର ବ୍ୟବସାୟିକ ଲକ୍ଷ୍ୟ ନେଇ ୨୦୧୮ ମସିହାରେ ଶ୍ରୀ ଶାଶ୍ଵତ ମିଶ୍ର,କୁମାର କୁନାଲ ଓ ମୃତ୍ୟୁଞ୍ଜୟଙ୍କ ଭଳି ଉଚ୍ଚ ଶିକ୍ଷିତ ଯୁବକଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିଲା “ହ୍ବାଏ କ୍ରୋ ପ୍ରାଇଭେଟ୍ ଲିମିଟେଡ”। ଯାହାର ଉତ୍ପାଦ/ଜିନିଷ ବର୍ତ୍ତମାନ ରାଜ୍ୟର ୮୦ ଗୋଟି ଷ୍ଟୋରରେ ଉପଲବ୍ଧ।

ହ୍ବାଏ କ୍ରୋ ପ୍ରାଇଭେଟ୍ ଲିମିଟେଡ ବିଷୟରେ କିଛି –

ଶ୍ରୀଯୁକ୍ତ ଶାଶ୍ଵତ ବିକଶିତ ରାଷ୍ଟ୍ର ଚାଇନାରୁ ଇଞ୍ଜିନୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ଖୁବ୍ ଉଚ୍ଚ ପଦବୀ ଓ ଟଙ୍କାରେ କାର୍ଯ୍ୟ କରୁଥିଲେ। ମାତ୍ର ନିଜ ରାଜ୍ୟ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ବାଧ୍ୟ କଲା “ହ୍ବାଏ କ୍ରୋ ପ୍ରାଇଭେଟ୍ ଲିମିଟେଡ”କୁ ଆରମ୍ଭ କରିବା ପାଇଁ। ଯେତେବେଳେ କୁମାର ଶାଶ୍ଵତ ନିଜ ମାଙ୍କ ପାଇଁ ଚାଇନରୁ କିଛି ରୂପଚର୍ଯ୍ୟା/କସ୍ମେଟିକ୍ସ ଆଣୁଥିଲେ ମାଙ୍କ ସାଙ୍ଗ ମାନେ ସେ ସବୁକୁ ଦେଖି ଖୁବ୍ ଦାମୀ ବୋଲି ଆକଳନ କରୁଥିଲେ। ଯାହାର ମନସ୍ତାତ୍ତ୍ୱିକ ପ୍ରଭାବ ପଡ଼ିଥିଲା ଶାଶ୍ଵତଙ୍କ ଉପରେ। ସେ ଚିନ୍ତାକଲେ ଯେ ଭାରତର ବଜାରରେ  ରୂପଚର୍ଯ୍ୟା/କସ୍ମେଟିକ୍ସ ଜିନିଷର ବିନିର୍ମାଣ ଚାହିଦା ଅନୁସାରେ କମ୍ ଏବଂ କେବଳ କିଛି ଚିରାଚରିତ ବ୍ରାଣ୍ଡ ଯାହା ବଜାରରେ ମିଳୁଛି ତାହାର ବ୍ୟବହାର କେବଳ ସମାଜର କିଛି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। କାରଣ ଏହାର ବଜାର ମୂଲ୍ୟ ଖୁବ୍ ଅଧିକ। ମାତ୍ର ୮୦୦ ଟଙ୍କାରୁ ସୋନପୁରରୁ ନିଜର ଯାତ୍ରା ଆରମ୍ଭ କରିଥିବା “ହ୍ବାଏ କ୍ରୋ ପ୍ରାଇଭେଟ୍ ଲିମିଟେଡ୍”   ଆଜି ୮ଲକ୍ଷରୁ ଉର୍ଦ୍ଧ୍ବ ବ୍ୟବସାୟ କରୁଛି। ଏହି କମ୍ପାନୀର ଉତ୍ପାଦ ଅମୃତସର, ମୁମ୍ବାଇ,ଗୁଜୁରାଟ ଓ ପୁନେର ଲ୍ୟାବରେ ସଠିକ୍ ପରୀକ୍ଷଣ ହୋଇ ବଜାରରେ ୭୯-୨୦୦ ଟଙ୍କା ଦରରେ ବିଭିନ୍ନ କସ୍ମେଟିକ୍ସ ଜିନିଷ ବିକ୍ରି ହେଉଛି।

ଆଗାମୀ ଦିନରେ “ହ୍ବାଏ କ୍ରୋ ପ୍ରାଇଭେଟ୍ ଲିମିଟେଡ”କୁ ଓଡିଶାର ବ୍ରାଣ୍ଡ ରୂପେ ବିଶ୍ଵ ଦରବାରରେ ସ୍ବତନ୍ତ୍ର ପରିଚୟ ଦେବା ସହିତ ନିଜର କମ୍ପାନୀ ଜରିଆରେ ବେକାର ଯୁବକଯୁବତୀ ମାନଙ୍କୁ କର୍ମନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି ଯୁବ ଉଦ୍ୟୋଗୀ କୁମାର ଶାଶ୍ଵତ।

Leave a Reply

Your email address will not be published. Required fields are marked *