ଗୁରୁଙ୍କ ପ୍ରେରଣା ଏବଂ ସାହିତ୍ୟ ପ୍ରତି ଗଭୀର ଅନୁରାଗ ତାଙ୍କ ସଫଳତାର ମୂଳମନ୍ତ୍ର -ଡ଼ା.ରବି ରଞ୍ଜନ ସାହୁ

ତାଙ୍କ ଜୀବନରେ ସାହିତ୍ୟର ସୃଷ୍ଟି ହୋଇଥିଲା ଏକ ଘଟଣା କ୍ରମରେ l କଟକସ୍ଥିତ ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟରେ ଅଧୟନ କରୁଥିବା ସମୟରେ ଦିନେ ଯେ ଜଣେ ଛାତ୍ର ସାହିତ୍ୟ ଶିକ୍ଷକଙ୍କ ପଢା ଶୈଳୀ ଏବଂ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଥିବା ଅନାବିଳ ରୁଚି ଯେ ତାଙ୍କୁ ଭାଷା ପରୀକ୍ଷାରେ ଜଟିଳ ସାହିତ୍ୟ ପ୍ରଶ୍ନର ଉତ୍ତର ଯାହାକୁ ଜଣେ ରସାୟନ ବିଜ୍ଞାନ ଶିକ୍ଷକ ପ୍ରସ୍ତୁତ କରିଥିଲେ ଏବଂ ତାହା ଜଟିଳ ବିଜ୍ଞାନର ସମତୁଲ୍ୟ ଥିଲା ତାକୁ ଯେ ସେ ବିଭିନ୍ନ ଲୋକବାଣୀର ପ୍ରୟୋଗ କରି ସମାଧାନ ତ କରିଲେ ଏବଂ ସମ୍ପୂର୍ଣ୍ଣ କକ୍ଷରେ ପ୍ରଶଂସାର ପାତ୍ର ମଧ୍ୟ ସାଜିଲେ l ତେବେ ସେହି ସାହିତ୍ୟ ଅନୁରାଗୀ ତଥା ସାହିତ୍ୟିକ ଜଣଙ୍କ ହେଉଛନ୍ତି ଉତ୍କଳ ସମ୍ମିଳନୀର ସଭାପତି ଡାକ୍ତର ରବି ରଞ୍ଜନ ସାହୁ l
କଟକ ସହରରେ ଜନ୍ମିତ ଶ୍ରୀଯୁକ୍ତ ସାହୁ ପିଲାଟି ଦିନରୁ ବିଭିନ୍ନ ପୁସ୍ତକ,ଉପନ୍ୟାସ, ଗଳ୍ପ ପଢିବାରେ ରୁଚି ରଖୁଥିଲେ l ଯାହା ଆଗାମୀ ଦିନରେ ତାଙ୍କୁ ସାହିତ୍ୟ ସାଧନା ପାଇଁ ଅନେକ ସାହାଯ୍ୟ ସହଯୋଗ କରିଥିଲା l ପରବର୍ତ୍ତୀ ସମୟରେ ଯେତେବେଳେ ଡାକ୍ତର ରବି ରଞ୍ଜନ ଶ୍ରୀରାମଚନ୍ଦ୍ରଭଞ୍ଜ ଭେଷଜ ମହାବିଦ୍ୟାଳୟରେ
ଅଧ୍ୟୟନ କଲେ ସେହି ସମୟରେ ନିଜର ସାହିତ୍ୟିକ କୃତି ଯୋଗୁଁ ନିଜର ଗୁରୁଙ୍କ ପ୍ରିୟଭାଜନ ହେବାରେ ସମର୍ଥ ହେଲେ l ଇତି ମଧ୍ୟରେ ଡ଼ା.ରବିରଞ୍ଜନଙ୍କ ଲେଖା କଲେଜ ୟୁନିୟନର ଖବରକାଗଜ, ସମ୍ବାଦ,ପ୍ରଜାତନ୍ତ୍ରର ସାପ୍ତାହିକୀ ଏବଂ “ବିଜ୍ଞାନ ପ୍ରଚାର ସମିତି”ରୁ ଆଗତ ବିଜ୍ଞାନ ଆଲୋକ ପତ୍ରିକାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟକୁ ସାହିତ୍ୟ ମାଧ୍ୟମରେ ଅତି ନିଖୁଣ ଭାବେ ବର୍ଣ୍ଣନା କରୁଥିଲେ ଏହି ସାରସ୍ୱତ ସାଧକ ଜଣଙ୍କ l

ଚିକିତ୍ସକ ରବିରଞ୍ଜନ ସାହୁଙ୍କ କିଛି କୃତି ଓ ପୁରସ୍କାର ବିଷୟରେ –

କୃତି -ତାମସି ତମାଖୁ,ଆମ ଦାନ୍ତ କଥା ଆମେ ବୁଝିବା,ବିଶ୍ୱନାଥ ପଣ୍ଡିତ (ଜୀବନୀ ) l
ପୁରସ୍କାର -ବିଜ୍ଞାନ ପ୍ରଚାର ସମିତି,ରୋକଠୋକ୍ ପୁରସ୍କାର,ବିଶ୍ୱନାଥ ପଣ୍ଡିତ ସ୍ମୃତି ପରିଷଦ ଇତ୍ୟାଦି l

ଓଡ଼ିଆ ଭାଷା ସାହିତ୍ୟରେ ବିଭୁତି ପଟ୍ଟନାୟକଙ୍କୁ ନିଜର ଆଦର୍ଶ ମାନୁଥିବା ଶ୍ରୀଯୁକ୍ତ ରବିରଞ୍ଜନଙ୍କ ମତରେ “ଓଡ଼ିଆ ଭାଷା ସାହିତ୍ୟ ଅଗାଧ ସମୁଦ୍ର ପରି ପରିବ୍ୟାପ୍ତ ମାତ୍ର ବର୍ତ୍ତମାନର ଯୁବପିଢିଙ୍କ ପାଖେ ସାହିତ୍ୟ ଖୋଜିବା ଉଦାସୀନତାର ବିଷୟ l ଆଜି ଆମ ଭାଷା ସଶକ୍ତ ହେବା ପଛରେ ଅନେକ ସାହିତ୍ୟିକଙ୍କ ଅବଦାନ ରହିଛି ମାତ୍ର ସେମାନଙ୍କ ଏହି ଅବଦାନକୁ ଲୋକମାନଙ୍କ ପାଖେ ବିଭିନ୍ନ ଚର୍ଚ୍ଚା ଓ ସାହିତ୍ୟ ଆସର ଭଳି କାର୍ଯ୍ୟକ୍ରମ କରି ପହଞ୍ଚାଇବା ଆବଶ୍ୟକ” l କେବଳ ସେତିକି ନୁହେଁ ସମ୍ମିଳନୀର ସଭାପତି ଭାବେ “ପ୍ରତ୍ୟେକ ନାମ ଫଳକକୁ ଓଡ଼ିଆ,ମାଙ୍ଗଳିକ ପତ୍ର ଏବଂ ପିଲାଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍ତରରେ ମାତୃଭାଷାର ଚଳନ” ଆଦି ବିଷୟକୁ ଅଧିକ ଜୋର ଦେଇଥିବା ବେଳେ ଆଗାମୀ ଦିନରେ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ଲେଖକଙ୍କୁ ଡ଼ା.ସାହୁ ଏହି ଉପଦେଶ ଦିଅନ୍ତି ଯେ “ଲେଖିବା ପୂର୍ବରୁ ପ୍ରଥମେ ପ୍ରାକ୍-ପ୍ରସ୍ତୁତି ହେବା ଆବଶ୍ୟକ ଏବଂ ବିଷୟବସ୍ତୁ ଉପରେ ନିଜର ସମ୍ପୂର୍ଣ୍ଣ ଜ୍ଞାନ ରହିବା ଦରକାର କାରଣ ଭୁଲ ତଥ୍ୟ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ l ଲେଖାର ଶୈଳୀ ସମ୍ପୂର୍ଣ୍ଣ ସରଳ ଓ ସାବଲୀଳ ହେବା ଆବଶ୍ୟକ” l

Leave a Reply

Your email address will not be published.