ସମ୍ବଲପୁର ସର୍ଲା ଛକରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ; ଆଇନଜୀବୀଙ୍କ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ମର୍ଣ୍ଣିଂୱାକ୍ କରିବାକୁ ଯାଉଥିବା ବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍‌ ମାଡ଼ି ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ। ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଓ ଆଇନଜୀବୀ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଜାଳି ଦେଇଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚି ନଥିବା ବେଳେ ଧୁଳି ଦ୍ୱାରା ପୁଲିସ ନିଆଁ ଲିଭାଇବାକୁ ଚେଷ୍ଟା କରିଛି। ନିକଟରେ ଡିଜେଲ ଟ୍ୟାଙ୍କର ଥିବାରୁ ବଡ଼ ଦୁର୍ଘଟଣା ଆଶଙ୍କାରେ ପୁଲିସ ସ୍ଥିତି ଉପରେ କଡ଼ା ନଜର କରିଛି।

Leave a Reply

Your email address will not be published. Required fields are marked *