କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ପୁସ୍ତକ ଲୋକାର୍ପଣ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ସାରସ୍ୱତ ଅନୁଷ୍ଠାନ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନ ଠାରେ ଆୟୋଜିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ମୁଖ୍ୟା ଅତିଥି ପଣ୍ଡିତ ପ୍ରବୋଧ କୁମାର ମିଶ୍ର , ସଭାପତି (IAS) ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବିଭୂତି ଭୂଷଣ କର , ସମ୍ମାନିତ ବକ୍ତା ଚିତ୍ରଶିଳ୍ପୀ ସଂଜୟ ଭଟ୍ଟ, ଗବେଷକା ସୀମାରାନୀ ରଥ, ବିଶିଷ୍ଟ କବି ଶ୍ରୀଯୁକ୍ତ ଆଜାଦ ହିନ୍ଦ୍ ପାଣଗ୍ରାହୀଙ୍କ ଭଳି ଅନେକ ସମ୍ମାନୀୟ ଅତିଥି ଉପସ୍ଥିତ ଥିଲେ | ମୀନ ମହାରଣାଙ୍କ ଦ୍ୱାରା ଲିଖିତ ‘ମାନଗହନ’, ଗୋରେଖନାଥ ସାହୁଙ୍କ ଦ୍ୱାରା ଲିଖିତ ପ୍ରଜ୍ଞାଲୋକ ଓ ପଦ୍ମଶ୍ରୀ ଡ଼ା ଶ୍ରୀନିବାସ ଉଦ୍ଗାତା ଙ୍କ ଆଦୋୟସିଧି ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା |

Leave a Reply

Your email address will not be published. Required fields are marked *