ମନୁଷ୍ୟର କଳାତ୍ମକ ପ୍ରତିଭା ହେଉଛି ଈଶ୍ୱର ପ୍ରଦତ୍ତ ବରଦାନ – ଶୈଳବାଳା ମହାପାତ୍ର

ତାଙ୍କ ସାହିତ୍ୟରେ ଦେଖିବାକୁ ମିଳେ ଗୋଟିଏ ମଣିଷର ସାମାଜିକ ଜୀବନର ଚିତ୍ର l ଯହିଁରେ ନିହିତ ଆନନ୍ଦ,ବିଷାଦ ଓ ପ୍ରେମ ଏବଂ ପ୍ରାର୍ଥନା ଭଳି ଅନେକ ବିଷୟ l ତେବେ ସେହି ଶିକ୍ଷାବିତ୍ ତଥା ସାହିତ୍ୟିକା ଜଣଙ୍କ ହେଉଛନ୍ତି ଶ୍ରୀମତୀ ଶୈଳବାଳା ମହାପାତ୍ର l ସଂସ୍କୃତି ସମ୍ପନ୍ନ ସହର ପୁରୀରେ ନିବାସୀ ଶ୍ରୀମତୀ ମହାପାତ୍ର ଛାତ୍ରୀ ଜୀବନରୁ ସାହିତ୍ୟ ପ୍ରତି ରୁଚି ରଖିଥିବା ବେଳେ ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ l ଏହି ଲେଖିକାଙ୍କ ସାରସ୍ୱତ ପ୍ରେରଣା ସାଜିଥିଲା ପ୍ରକୃତି ଓ ସମାଜ l ନଦୀପଠାର ସେହି ସୂର୍ଯ୍ୟଙ୍କ ଦିଗବଳୟ ହେଉ ଅଥବା ପରିବାରର ସମ୍ପୂର୍ଣ୍ଣ ସହଯୋଗ l ଶୂନ୍ୟତାରେ ହଜିଯିବାର ଭାବନା ହିଁ ତାଙ୍କୁ କଲମ ଧରିବାକୁ ବାଧ୍ୟ କରିଥାଏ l ଓଡ଼ିଆ ଭାଷା ସାହିତ୍ୟରେ ଶ୍ରୀମତୀ ମହାପାତ୍ର ସଚି ରାଉତରାୟ,ନନ୍ଦ କିଶୋର ବଳ,ଗୋପୀନାଥ ମହାନ୍ତି ପ୍ରମୁଖଙ୍କୁ ନିଜର ଆଦର୍ଶ ମାନିଥାନ୍ତି l ପୁରୀର ସେହି ସଂସ୍କୃତି ଓ ଭାବମୟ ରୂପକ ଜଗନ୍ନାଥ ଚେତନାର ଅନୁଭବର ଶୈଳୀ ଶୈଳବାଳାଙ୍କ ଲେଖାରେ ସ୍ପଷ୍ଟ ବାରି ହୋଇପଡ଼େ l

ସାହିତ୍ୟିକା ଶୈଳବାଳାଙ୍କ କୃତି ଓ ପୁରସ୍କାର ବିଷୟରେ ପଦେ –

କବିତା- ଜୀବନ ବିଚିତ୍ର ଫୁଲ,ଆମେ ଦୁହେଁ ସମୟ ସାମ୍ନାରେ,
ନିଜର ନିର୍ଜନ ପଣ,କେତେ ରଙ୍ଗର ସମୟ,ଅଧା ଅଧା ସ୍ଵପ୍ନ ଯେତେ
ଛୋଟ ଛୋଟ କଥାରେ ଈଶ୍ୱର l

ହିନ୍ଦି କବିତା ସଙ୍କଳନ –
ତୁମ୍ ଖୁଦ୍ ଅପନେ ଆପ୍ କୋ କର୍ ଲୋ ମୁକ୍ତ

ପିଲାଙ୍କ ପାଇଁ ଲେଖା – ଚୁନ୍ ମୁନି ଜିଣିଲା (ଓଡ଼ିଆ),
ଭଗବାନ ଚଲେ ସାକ୍ଷୀ ବନ୍ନେ(ହିନ୍ଦି)
The Willy Jackal
Tuan and Tuin
The beating treat
The Story of a River
କବିତା ପାଇଁ ଉତ୍ତର (ଲଳିତ ନିବନ୍ଧ )
ଭୋର୍ ବେଳାର ଲିପି (ନିବନ୍ଧ ସଙ୍କଳନ) ଇତ୍ୟାଦି l

ପୁରସ୍କାର-

ଶ୍ରୀକ୍ଷେତ୍ର ସାରସ୍ୱତ ସମ୍ମାନ (ନେହେରୁ ଯୁବ ସଙ୍ଗଠନ),
ଶ୍ରୀକ୍ଷେତ୍ର ଶ୍ରୀ ସମ୍ମାନ,କ’ ପୁରସ୍କାର,କଳ୍ପନା ସାହିତ୍ୟ ସଂସଦ,
ଭଗବତୀ ବିଦ୍ୟା ନିକେତନ ଶିକ୍ଷା ସମ୍ମାନ,ପ୍ରିୟପତ୍ର ସମ୍ମାନ,
ଅଭିନନ୍ଦନିକା ପୁରସ୍କାର,କଳ୍ପନା ସାହିତ୍ୟ ସଂସଦ,ଉତ୍ତର -ପୂର୍ବୀ ହିନ୍ଦୀ ସାହିତ୍ୟ ଏକାଡେମୀ ପୁରସ୍କାର (ଶିଲଂ) ଇତ୍ୟାଦି l

ସାହିତ୍ୟିକା ଶୈଳବାଳାଙ୍କ ମତରେ “ସାହିତ୍ୟ ତଥା କଳାତ୍ମକ ପ୍ରତିଭା ହେଉଛି ଈଶ୍ୱର ପ୍ରଦତ୍ତ ବରଦାନ” l ତେଣୁ ଆଗାମୀ ଦିନରେ ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତ ଲେଖକଙ୍କୁ ଏହି ବରିଷ୍ଠ ଲେଖିକା ଜଣଙ୍କ ଉପଦେଶ ଦିଅନ୍ତି ଯେ “ଲେଖନୀ ଧରିବା ପୂର୍ଵରୁ ପ୍ରଚୁର ପଠନ ଓ ଭାବନାର ଆବଶ୍ୟକ ରହିଛି l ପ୍ରଥମେ ନିଜର ଅନ୍ତଃପ୍ରେରଣାକୁ ନିରୀକ୍ଷଣ କରି ସାହିତ୍ୟର ଭାବ ଦିଅ ଯାହାକୁ ପଢିଲେ ପ୍ରଥମେ ନିଜକୁ ଖୁସି ଲାଗୁଥିବା ଏବଂ ଜୀବନ୍ତ ଭଳି  ଅନୁଭବ ହେଉଥିବ” l ଭବିଷ୍ୟତରେ ଉପନ୍ୟାସ ଲେଖିବାକୁ ଇଚ୍ଛା ରଖିଥିବା ବେଳେ ନିଜର ଯୁବା ସମୟରେ ଛାପିଥିବା “ଗଙ୍ଗଶିଉଳି” ପତ୍ରିକାକୁ ପୁନରାବୃତ୍ତି ତଥା ଏହାକୁ ନବଜୀବନ ଦେବାର ଲକ୍ଷ୍ୟ ରଖିଛନ୍ତି ବରିଷ୍ଠ ସାହିତ୍ୟିକା ଶ୍ରୀମତୀ ଶୈଳବାଳା ମହାପାତ୍ର l

Leave a Reply

Your email address will not be published. Required fields are marked *