ଆସନ୍ତା ସପ୍ତାହଠାରୁ ‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହଠାରୁ ‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାକୁ ଯାଉଛି ଉତ୍ତରାଖଣ୍ଡ। ‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ ବୋଲି ସୂତ୍ରରୁ ପ୍ରକାଶ। ଅବସରପ୍ରାପ୍ତ ଜଷ୍ଟିସ ରଂଜନ ଦେଶାଇଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଆଗାମୀ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏକ ରିପୋର୍ଟ ଦାଖଲ କରିବେ ବୋଲି ସେମାନେ କହିଛନ୍ତି।

ଦୀପାବଳିର ଏକ ସପ୍ତାହ ପରେ ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେସନ ଡକାଯିବ, ସେଠାରେ ‘ୟୁନିଫର୍ମ ସିଭିଲ କୋଡ’ ବିଲ୍ ପାରିତ ହେବ, ଏହାକୁ ଆଇନଗତ ମାନ୍ୟତା ଦିଆଯିବ।

ଚଳିତବର୍ଷ ଜୁନରେ ‘ୟୁନିଫର୍ମ ସିଭିଲ କୋଡ’ (ୟୁସିସି) ଡ୍ରାଫ୍ଟ କମିଟିର ସଦସ୍ୟ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ରଂଜନ ପ୍ରକାଶ ଦେଶାଇ କହିଛନ୍ତି ଯେ ‘‘ଉତ୍ତରାଖଣ୍ଡ ପାଇଁ ‘ୟୁନିଫର୍ମ ସିଭିଲ କୋଡ’ର ଡ୍ରାଫ୍ଟ ଶେଷ ହୋଇଛି ଏବଂ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ଉତ୍ତରାଖଣ୍ଡର ଏହି ‘ୟୁନିଫର୍ମ ସିଭିଲ କୋଡ’ ଡ୍ରାଫ୍ଟ ଶେଷ ହୋଇଛି‌ ବୋଲି ଜଣାଇ ମୁଁ ଖୁବ୍ ଖୁସି।’’

ଜଷ୍ଟିସ ଦେଶାଇ ଆହୁରି ମଧ୍ୟ କହିଛନ୍ତି ଯେ ଡ୍ରାଫ୍ଟ ସହିତ ବିଶେଷଜ୍ଞ କମିଟିର ରିପୋର୍ଟ ମୁଦ୍ରଣ କରାଯାଇ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ଦାଖଲ କରାଯିବ। ଏଥିସହ ସୂତ୍ର ଏହା ମଧ୍ୟ କହିଛି ଯେ ଉତ୍ତରାଖଣ୍ଡର ପଦାଙ୍କ ଅନୁସରଣ କରି ଗୁଜୁରାଟ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ‘ୟୁନିଫର୍ମ ସିଭିଲ କୋଡ’ କାର୍ଯ୍ୟକାରୀ କରିପାରିବ। ଏହାପରେ ସହିତ ଗୁଜୁରାଟ ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀ କରିବାରେ ଦ୍ୱିତୀୟ ରାଜ୍ୟ ହେବ।

Leave a Reply

Your email address will not be published. Required fields are marked *