ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଗଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ର ୧୦୦ ଏପିସୋଡ ପୁସ୍ତକ

ନୂଆଦିଲ୍ଲୀ: ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ବେଶ୍‌ ଲୋକପ୍ରିୟତା ହାସଲ କରିଛି । ସାରା ଭାରତରେ ଏଭଳି ଏକ ନିଆରା ପ୍ରୟାସ ମାଧ୍ୟମରେ ସିଧାସଳଖ ସାଧାରଣ ଜନତାଙ୍କ କଥା ଉଠାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍‌ କି ବାତ୍‌ ଆରମ୍ଭରୁ ହିଁ ଦେଶରେ ବେଶ୍‌ ଲୋକପ୍ରିୟ ତଥା ଆଦୃତ ହୋଇଛି । ଆଉ ଏହି ଶୋ ଏବେ ୧୦୦ତମ ଏପିସୋଡ୍‌ର ମାଇଲଖୁଣ୍ଟ ଛିଡା କରିଛି ।

‘ମନ୍ କି ବାତ୍‌’ର ଶହେ ତମ ଏପିସୋଡର ଏକ ସଂଗୃହିତ ପୁସ୍ତକ ରିଲିଜ୍ ହୋଇଛି । ଆଉ ଏହାର ଶୀର୍ଷକ ରଖାଯାଇଛି ‘ସାମୂହିକ ଉଚ୍ଚତାକୁ ପ୍ରଜ୍ଜଳିତ କରିବା: ମନ୍ କି ବାତ୍‌ @100’ । ଶୁକ୍ରବାର ମନ୍‌ କି ବାତ୍‌ର ଏକ ପୁସ୍ତକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି । ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ‘ମନ କି ବାତ୍‌’ର ୧୦୦ ଟି ଏପିସୋଡର ସଂଗ୍ରହକୁ ପୁସ୍ତକ ଆକାରରେ ପ୍ରକାଶ କରିବାକୁ ପଦକ୍ଷେପ ନେଇଥିଲା । ଏହି ପୁସ୍ତକ ୱେଷ୍ଟଲ୍ୟାଣ୍ଡ ବୁକ୍ ଦ୍ୱାରା ପ୍ରକାଶିତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁସ୍ତକର ପ୍ରସ୍ତାବନା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *