ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ସେହିଠାରେ ହିଁ ସେ ଆଜି ମଧ୍ୟାହ୍ନରେ ପ୍ରାଣ ହରାଇଛନ୍ତି। ଅସୁସ୍ଥତା କାରଣରୁ କିଛି ଦିନ ହେଲା ପୁନେରେ ଥିବା ଦୀନାନାଥ ମଙ୍ଗେଶକର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କ ଅବସ୍ଥା ମଧ୍ୟ ଧୀରେଧୀରେ ସୁଧୁରିବାରେ ଲାଗିଥିଲା। କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବା ଆରମ୍ଭ କରିଥିଲା। ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ବିକ୍ରମ ଗୋଖଲେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସେ ଅନେକ ମରାଠୀ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ଅମିତାଭ ବଚ୍ଚନଙ୍କ ଅଗ୍ନିପଥ ଓ ସଞ୍ଜୟ ଲୀଲା ବଂଶାଲୀଙ୍କ ହମ ଦିଲ୍‌ ଚୁକେ ସନମରେ ତାଙ୍କ ଅଭିନୟ ଆଜି ଯାଏ ଲୋକମାନେ ମନେ ରଖିଛନ୍ତି। ଏହାବାଦ ମିଶନ ମଙ୍ଗଲ, ହିଚକି, ୟାରି, ବାଙ୍ଗ ବାଙ୍ଗ, ଦେ ଦନା ଦନ ଓ ଭୂଲ ଭୂଲେୟାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଦୀର୍ଘ ୪୦ ବର୍ଷ ଧରି ସିନେମା ଜଗତ ସହ ଜଡ଼ିତ ଥିବା ବିକ୍ରମ ଗୋଖଲେ ଏକାଧିକ ଟିଭି ଶୋ’ରେ ମଧ୍ୟ ନଜର ଆସିଥିଲେ। ସେ ୧୯୭୧ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପରୱାନା’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ୨୦୧୦ରେ, ସେ ମରାଠୀ ଚଳଚ୍ଚିତ୍ର ‘ଅନୁମାଟି’ରେ କାମ କରି ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହା ସହ ମରାଠୀ ଫିଲ୍ମ ‘ଆଘଟ’ରୁ ସେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ।

Loading

Leave a Reply

Your email address will not be published. Required fields are marked *