ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟ ASI ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ |

କଟକ : ପୁଣି ଜଣେ ସରକାରୀ ବାବୁଙ୍କ ଘରେ ପଶିଲା ଭିଜିଲାନ୍ସ। ଘରେ ପଶୁ ପଶୁ ପୁଳା ପୁଳା ଟଙ୍କା ସାଙ୍ଗକୁ ସୁନା ବି ଜବତ ହେଲାଣି। ହେଲେ ବିପୁଳ ପରିମାଣର ଟଙ୍କା ଓ ସୁନା କେଉଁଠି ଆସିଲା ତାହାର ଉତ୍ତର ଦେବାକୁ ରାଜି ନୁହନ୍ତି ବାବୁଜଣକ । ଏହି ଅଧିକାରୀଜଣକ ହେଉଛନ୍ତି ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟ (OMVD)ର ଏଏସ୍‌ଆଇ ହରେକୃଷ୍ଣ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ହରେକୃଷ୍ଣଙ୍କ ମଙ୍ଗଳାବାଗ ଥାନା ଫ୍ରେଣ୍ଡସ୍‌ କଲୋନୀସ୍ଥିତ ଘରେ ଭିଜିଲାନ୍ସ ପଶିଛି। ଏଥିସହ ଏକ ସଙ୍ଗେ ୬ଟି ସ୍ଥାନରେ ଚାଲିଛି ରେଡ।

ଭିଜିଲାନ୍ସଙ୍କୁ ଦେଖି ବାବୁଜଣକ ଘରେ ଥିବା ଟଙ୍କା ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଅଧିକାରୀ ଏହି ଜାଣି ପାରି ଘର ଛାତ ଉପରୁ ତଥା ଚତୁଃପାର୍ଶ୍ୱରୁ ତାହାକୁ ଜବତ କରିଛନ୍ତି। ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହେଲାଣି। ଏହି ଚଢ଼ାଉରେ ୩ ଜଣ ଡିଏସ୍‌ପି ଓ ୧୦ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। କଟକ ବାଦ ଝାରସୁଗୁଡ଼ା, କଟକ, ପୁରୀ, ଗଞ୍ଜାମ ଆଦି ୬ଟି ସ୍ଥାନରେ ଥିବା ହରେକୃଷ୍ଣଙ୍କ ଘର ଉପରେ ଚାଲିଛି ରେଡ୍ ।

Leave a Reply

Your email address will not be published. Required fields are marked *