ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଅଜୟଙ୍କ ଭୁବନେଶ୍ୱର ପଟିଆ ସ୍ଥିତ ଶ୍ରୀବିହାରରେ ଥିବା ଅପାଣ୍ଟମେଣ୍ଟ୍, ନନ୍ଦନକାନନସ୍ଥିତ ତିନି ମହଲା ଘର, ଅଫିସ, ଅନୁଗୋଳ ତାଳଚେରରେ ଥିବା ପୈତୃକ ଘର ଓ ଢେଙ୍କାନାଳ ତାରିଣୀନଗର ସ୍ଥିତ ତିନିମହଲା ଘରେ ଚଢଉ କରାଯାଇଛି। ୫ଜଣ ଡିଏସ୍‌ପି ଓ ୧୧ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ଶ୍ରୀବିହାରରେ ଥିବା ଅପାଣ୍ଟମେଣ୍ଟରୁ ନଗଦ ୮୩ ହଜାର ଟଙ୍କା ଜବତ କରାଯାଇଛି।

କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି, ମୋ ଘର କାମ ଚାଲିଥିବାରୁ ଏତେ ଟଙ୍କା ଘରେ ରଖିଥିଲି। ମୁଁ ଢେଙ୍କାନାଳ ଚାକିରି କରୁଥିବା ସମୟରେ ନିର୍ବାଚନ ପାଇଁ ଆରଟିଆଇ ପ୍ରେମ ସୁନ୍ଦର ଗଡ଼ନାୟକ ମୋତେ ଚାନ୍ଦା ମାଗିଥିଲେ। ମୁଁ ଚାନ୍ଦା ଦେଇନଥିଲି। ମୁଁ ଚାନ୍ଦା ନ ଦେବାରୁ ସେ ମୋତେ ଧମକ ଦେଇଥିଲେ। ସେ ମୋ ନାଁରେ ମଧ୍ୟ ପୁଲିସ କେସ୍ କରିଥିଲେ। ସେ ଭିଜିଲାନ୍ସ ପାଖରେ ମୋ ନାଁରେ ଅଭିଯୋଗ କରିଛନ୍ତି। ଏବେ ବି ସେ ମୋତେ ଚାନ୍ଦା ମାଗନ୍ତି। କିନ୍ତୁ କୌଣସି ଚାନ୍ଦା ତାଙ୍କୁ ଦିଏ ନାହିଁ।

Leave a Reply

Your email address will not be published. Required fields are marked *